ଭୁବନେଶ୍ୱର, ୧୮/୧୨: ବିଧାୟକଙ୍କ ବର୍ଦ୍ଧିତ ଦରମା ଓ ଭତ୍ତାକୁ ନେଇ ରାଜ୍ୟରେ ଜୋରସୋର ସମାଲୋଚନା କରାଯାଉଥିଲା। ମାତ୍ରାଧିକ ଦରମା ଓ ଭତ୍ତା ବୃଦ୍ଧିକୁ ନେଇ ଜନସାଧାରଣ ଅତ୍ୟନ୍ତ କ୍ଷୁବ୍ଧ ଥିଲେ। ଜନସାଧାରଣ ଏହାକୁ ନାପସନ୍ଦ କରୁଥିଲେ। କିନ୍ତୁ ଏବେ ଏହାକୁ ନେଇ ବଡ଼ ଖବର ସାମନାକୁ ଆସିଛି।
ଦରମା ବୃଦ୍ଧି ନେଇ ପୁନର୍ବିଚାର କରିବେ ସରକାର। ବିଜେପି ବିଧାୟକ ଦଳ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବିଚାର ପାଇଁ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ପ୍ରସ୍ତାବ ଦେଲେ ସମସ୍ତ ବିଜେପି ବିଧାୟକ। ଲୋକମତକୁ ସମ୍ମାନ ଜଣାଇ ପୁନର୍ବିଚାର ପାଇଁ ଦେଲେ ପ୍ରସ୍ତାବ।