ନୂଆ ଶ୍ରମ ସଂହିତା କାର୍ଯ୍ଯକାରୀ କରିବା ନେଇ ଏମ୍.ସି.ଏଲ୍. ପକ୍ଷରୁ କାର୍ଯ୍ଯଶାଳା ଆୟୋଜିତ
କୋଲ୍ ଇଣ୍ଡିଆର ରୋଲଆଉଟ୍ ଯୋଜନା ଉପସ୍ଥାପିତ
ସମ୍ବଲପୁର, ୨୩/୧୨: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍.ସି.ଏଲ୍.) ପକ୍ଷରୁ ମଙ୍ଗଳବାର ଦିନ “କୋଲ୍ ଇଣ୍ଡିଆରେ ନୂତନ ଶ୍ରମ ସଂହିତା କାର୍ଯ୍ଯକାରୀ କରିବା ପାଇଁ ରୋଡମ୍ୟାପ୍ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନବ୍ୟାପୀ କର୍ମଶାଳାର ଆୟୋଜନ କରାଯାଇଛି, ଯେଉଁଥିରେ କୋଇଲା କ୍ଷେତ୍ରର ଶୀର୍ଷ ମାନବ ସମ୍ବଳ ନେତୃତ୍ୱଗଣ ଯୋଗ ଦେଇଥିଲେ।
ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ କୋଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଏହାର ସହାୟକ ସଂସ୍ଥାଗୁଡ଼ିକରେ ନୂତନ ଶ୍ରମ ସଂହିତାର ଅନୁପାଳନ ଏବଂ କାର୍ଯ୍ଯକାରିତା ପାଇଁ ରଣନୀତି ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା। ଏମ୍.ସି.ଏଲ୍. ର ନିର୍ଦ୍ଦେଶକ (କାର୍ମିକ) ଶ୍ରୀ କେଶବ ରାଓ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।
ଡଃ ବିନୟ ରଞ୍ଜନ, ନିର୍ଦ୍ଦେଶକ (କାର୍ମିକ), କୋଲ ଇଣ୍ଡିଆ ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଶ୍ରମ ସଂହିତା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି କାର୍ଯ୍ଯକ୍ରମରେ ଶ୍ରୀ ଏଚ.ଏନ. ମିଶ୍ର ଙ୍କ ସମେତ କୋଲ ଇଣ୍ଡିଆ ସହାୟକ ସଂସ୍ଥାର ସମସ୍ତ ନିର୍ଦ୍ଦେଶକ (କାର୍ମିକ) ତଥା ସିସିଏଲର ଶ୍ରୀ ମିଶ୍ର, ଏନସିଏଲର ଶ୍ରୀ ମନୀଷ କୁମାର, ଏସଇସିଏଲର ଶ୍ରୀ ବିରଞ୍ଚି ଦାସ, ଇସିଏଲର ଶ୍ରୀ ଗୁଞ୍ଜନ କୁମାର ସିହ୍ନା ଏବଂ ଡବ୍ଲୁସିଏଲର ଶ୍ରୀ ହେମନ୍ତ ଶରଦ ପାଣ୍ଡେ ଅଂଶଗ୍ରହଣ କରିଥିଲେ। ଶ୍ରୀ ଗୌତମ ବାନାର୍ଜୀ, ଇଡି (ଏଚଆର) କୋଲ ଇଣ୍ଡିଆ ମଧ୍ଯ ପ୍ରମୁଖ ଭାବେ ଉପସ୍ଥିତ ଥିଲେ।
ଡଃ ଟି. କେ. ପଣ୍ଡା, ପୂର୍ବତନ ଉପ ମୁଖ୍ଯ ଶ୍ରମ କମିଶନର (ଅବସରପ୍ରାପ୍ତ) ଶିଳ୍ପ ନୀତି ଏବଂ ଅନୁପାଳନ ଉପରେ ନୂତନ ଶ୍ରମ ସଂହିତାର ପ୍ରଭାବ ଉପରେ ସେ ନିଜର ବିଶେଷଜ୍ଞ ମତାମତ ରଖିଥିଲେ। ସି.ଏମ୍.ପି.ଡି.ଆଇ. ର ନିର୍ଦ୍ଦେଶକ(ପ୍ରଯୁକ୍ତି/ସି. ଆର୍.ଡି.) ଶ୍ରୀ ଶଙ୍କର ନାଗାଚାରୀ ଏବଂ ଇଣ୍ଡିଆନ୍ ଅଏଲ୍ (ଆଇ.ଓ.ସି.ଏଲ୍.) ର ପୂର୍ବତନ ନିର୍ଦ୍ଦେଶକ (ମାନବ ସମ୍ବଳ) ଡ. ରଞ୍ଜନ କୁମାର ମହାପାତ୍ରଙ୍କ ବକ୍ତବ୍ୟ ଦ୍ୱାରା ମଧ୍ଯ ଏହି ଅଧିବେଶନ ସମୃଦ୍ଧ ହୋଇଥିଲା। ସମସ୍ତ ଅଂଶଗ୍ରହଣକାରୀମାନେ ସେମାନଙ୍କ ଚିନ୍ତାଧାରା ଏବଂ ଅନୁଭୂତି ବାଣ୍ଟିଥିଲେ।
ଶ୍ରୀ ବାନାର୍ଜୀ କୋଲ୍ ଇଣ୍ଡିଆର ରୋଲଆଉଟ୍ ଯୋଜନା ଉପସ୍ଥାପନ କରିଥିଲେ, ଯାହା ପରେ ପ୍ରତ୍ୟେକ ସହାୟକ କମ୍ପାନୀ ନିଜ ନିଜ କାର୍ଯ୍ଯକାରିତାର ଅଗ୍ରଗତି ପ୍ରଦାନ କରିଥିଲେ।