ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ନ୍ୟାୟ ଦାବିରେ ରାସ୍ତା ଅବରୋଧ, ସାଇଣ୍ଟିଫିଟ୍ ଟିମ୍ ର ଛାନଭିନ

ଚାନ୍ଦବାଲି, ୨୪/୧୨: ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ। ଦୁଷ୍କର୍ମ ପରେ ହତ୍ୟା କରିଥିବା ଘଟଣା ସାମନାକୁ ଆସିଛି। ଏଭଳି ଏକ ଘଟଣା ଘଟିଛି ଚାନ୍ଦବାଲିରେ। ଯାହା ପରେ ସ୍ଥିତି ସଙ୍ଗୀନ ହୋଇଛି। ଅଭିଯୁକ୍ତଙ୍କ ଗିରଫ ଦାବିରେ ତାତିଛନ୍ତି ସ୍ଥାନୀୟ ଲୋକେ।

ଗତ କାଲି ସ୍କୁଲ ଯିବାକୁ କହି ଘରୁ ବାହାରିଥିଲା ୧୦ ବର୍ଷୀୟା ନାବାଳିକା। ଘରକୁ ନ ଫେରିବାରୁ ଖୋଜାଖୋଜି କରିଥିଲେ। ପରେ ଚାନ୍ଦବାଲି ଥାନା ଅଞ୍ଚଳର ଘଞ୍ଚ ଜଙ୍ଗଲରେ ନାବାଳିକାର ମୃତଦେହ ଉଦ୍ଧାର ହେବା ପରେ ଏହି ଘଟଣା ସାମନାକୁ ଆସିଥିଲା।

ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନ୍ୟାୟ ଦାବିରେ ୩ଟି ସ୍ଥାନରେ ଟାୟାର ଜାଳି ଲୋକ ରାସ୍ତା ଅବରୋଧ କରିଛନ୍ତି। ହାଟପଟି, ମଧୁବାବୁ ଛକ ଓ ବସ୍‌ଷ୍ଟାଣ୍ଡ ରେ ରାସ୍ତା ଅବରୋଧ କରିଛନ୍ତି।

ସେପଟେ ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଉଠାଇ ଆଣିଛି ପୋଲିସ। ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍‌  ଛାନଭିନ୍ କରିଛନ୍ତି।