ଇତିହାସ ରଚିଲା ଇସ୍ରୋ: ‘ବ୍ଲୁ ବର୍ଡ ବ୍ଲକ୍-୨’ ସାଟେଲାଇଟ ଲଞ୍ଚ

ବିନା ଟାୱାରରେ ମୋବାଇଲକୁ ଆସିବ ନେଟୱର୍କ

ଶ୍ରୀହରିକୋଟା, ୨୪/୧୨: ଇତିହାସ ରଚିଲା ଇସ୍ରୋ। ମହାକାଶକୁ ଗଲା ଇସ୍ରୋର ସବୁଠୁ ଓଜନିଆ ସାଟେଲାଇଟ। ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ସଫଳତାର ସହ ଉତକ୍ଷେପଣ ହୋଇଛି କମ୍ୟୁନିକେସନ ସାଟେଲାଇଟ ‘ବ୍ଲୁ ବର୍ଡ ବ୍ଲକ୍-୨’। ସକାଳ ୮ଟା ୫୫ରେ ହେଲା ଉତକ୍ଷେପଣ।

ବାହୁବଳୀ ରକେଟ୍ LVM3-M6 ଜରିଆରେ ସାଟେଲାଇଟ୍ ଉତକ୍ଷେପଣ ହୋଇଛି। ସାଟେଲାଇଟର ଓଜନ ହେଉଛି ୬୧୦୦ କେଜି। ମୋବାଇଲ ଯୋଗାଯୋଗ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ସାଟେଲାଇଟ ଦ୍ୱାରା ନେଟୱର୍କ ସମସ୍ୟା ଦୂର ହେବା।

ଏହି ମିଶନ ସଫଳ ହେଲେ ମହାକାଶରୁ ସିଧା ମୋବାଇଲକୁ ନେଟୱର୍କ ଆସିବ। ବିନା ଟାୱାରରେ ଇଣ୍ଟରନେଟ୍ ମିଳିବ। ୪-ଜି, ୫-ଜି ମୋବାଇଲରେ ସିଧା ନେଟୱର୍କ ମିଳିବ, ଯାହା ଏକ ବୈପ୍ଲବିକ ପରିବର୍ତ୍ତନ ହେବ। ସେହିପରି ଅପହଞ୍ଚ ଗ୍ରାମାଞ୍ଚଳ, ମହାସାଗର ଓ ବିମାନ ଯାତ୍ରା ସମୟରେ ନେଟୱାର୍କ କଭରେଜ୍ ସମସ୍ୟାକୁ ଦୂର କରିପାରିବ।