ଗାଡ଼ିର ବୈଧ କାଗଜପତ୍ର କରାଇବା ଅବଧି ବଢ଼ିଲା

ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସୂଚନା

ଭୁବନେଶ୍ୱର, ୨୪/୧୨: ଗାଡ଼ିର ବୈଧ କାଗଜପତ୍ର କରାଇବା ଅବଧି ମାସେ ବଢ଼ିଲା। ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ନିର୍ଦ୍ଦେଶରେ ମାସେ ବଢ଼ିଲା ଅବଧି। ଏହି ଅବଧି ମଧ୍ୟରେ RC, ଫିଟନେସ୍‌, PUCC, ବୀମା ଆଦି କରାଇ ନେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ବର୍ଦ୍ଧିତ ସମୟ ମଧ୍ୟରେ PUCC କରାଇନେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜାନୁଆରୀ ୧ ପରିବର୍ତ୍ତେ ଫେବ୍ରୁଆରୀ ପହିଲାରୁ ଯାଞ୍ଚ କଡ଼ାକଡ଼ି ହେବ। ଫେବ୍ରୁଆରୀ ୧ ପୂର୍ବରୁ PUCC ପାଇଁ ପେଟ୍ରୋଲ ମନା କରାଯାଇ ପାରିବନି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଜାନୁଆରୀ ୧ରୁ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ହେବ ବୋଲି ନିର୍ଦ୍ଦେଶ ଥିଲା।