ଅନୁ ଗର୍ଗ ନୂଆ ମୁଖ୍ୟ ଶାସନ ସଚିବ

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେବେ

ଭୁବନେଶ୍ୱର, ୨୪/୧୨: ଅନୁ ଗର୍ଗ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ଅନୁ।

ଅନୁ ଗର୍ଗ ହେଉଛନ୍ତି ୧୯୯୧ ବ୍ୟାଚ୍‌ର IAS ଅଫିସର। ଆସନ୍ତା ଡ଼ିସେମ୍ବର ୩୧ରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରିବ। ଏହା ପରେ ଦାୟିତ୍ୱ ଗ୍ରହଣ କରିବେ ଅନୁ ଗର୍ଗ।