ମାଲକାନଗିରି, ୨୬/୧୨: ମାଲକାନଗିରି ବ୍ଳକର କନିଷ୍ଠ ଯନ୍ତ୍ରୀ ନିହାର ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସକୁ ଖବର ମିଳିବା ପରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍ କରିଛି ଟିମ୍। ଆଜି ଭୋର ସକାଳୁ ମାଲକାନଗିରି ସମେତ ଏକାଧିକ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ।
ଏମପିଭି-୧୦ସ୍ଥିତ ଘର, ଅଫିସ ଏବଂ ରାଇଘର ସ୍ଥିତ ଶ୍ୱଶୁର ଘରେ ଏକାକାଳୀନ ଚଢ଼ାଉ ଚାଲିଛି। ଜୟନଗର ସ୍ଥିତ ବାସଭବନରେ ଭିଜିଲାନ୍ସର ଚଢାଉ ଚାଲିଛି। ନିହାର ସରକାରଙ୍କ ନାମରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ଆସିଥିଲା।