ଭିଜିଲାନ୍ସ ପଞ୍ଝାରେ ବନ ଅଧିକାରୀ

ଏକକାଳୀନ ୫ ସ୍ଥାନରେ ଚଢ଼ାଉ

କୋରାପୁଟ, ୨୬/୧୨: ଭିଜିଲାନ୍ସ ପଞ୍ଝାରେ ସେମିଳିଗୁଡ଼ା ରେଞ୍ଜର ଫରେଷ୍ଟର ନିରଞ୍ଜନ ଶତପଥୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଛି ଭିଜିଲାନ୍ସ। ଭୁବନେଶ୍ବର, ଜଗତସିଂହପୁର ଓ କୋରାପୁଟ ଜିଲ୍ଲାର ୫ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଉଛି। ରେଡରେ ସାମିଲ ହୋଇଛନ୍ତି ୬ ଡିଏସପି, ୭ ଇନ୍ସପେକ୍ଟର।

ଭୁବନେଶ୍ବର ଝାରପଡ଼ାରେ ଥିବା ଦୁଇଟି ତିନି ମହଲା କୋଠା, ଜଗତସିଂହପୁରରେ ଥିବା ପୈତୃକ ଘର ଏବଂ କୋରାପୁଟ ସେମିଳିଗୁଡ଼ାରେ ଥିବା ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ଚାଲିଛି।