ଭୁବନେଶ୍ୱର, ୨୮/୧୨: ସଙ୍ଗଠନକୁ ସୁଦୃଢ଼ କରିବାକୁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୯ ତମ ପ୍ରତିଷ୍ଠା ଦିବସ ପରେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ଘୋଷଣା କରିଛନ୍ତି।
୧୧ ସାଙ୍ଗଠନିକ ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଗଜପତି, ଅନୁଗୋଳ, ମାଲକାନଗିରି, ସୋନପୁର, ଝାରସୁଗୁଡ଼ା ଏବଂ ଦେବଗଡ଼ ପାଇଁ ନୂତନ ଉପସଭାପତି, ସମ୍ପାଦକ, ସାଧାରଣ ସମ୍ପାଦକ ଓ କୋଷାଧ୍ୟକ୍ଷ ଘୋଷଣା କରିଛନ୍ତି ନବୀନ।
ବୌଦ୍ଧ ଜିଲା ଲାଗି ୮ ଉପସଭାପତି, ୯ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୧୭ ଜଣ ସମ୍ପାଦକ ଭାବେ ଦାୟିତ୍ୱ ପାଇଛନ୍ତି।
କନ୍ଧମାଳରେ ୮ ଉପସଭାପତି, ୨୧ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୨୦ ସମ୍ପାଦକ, ଦେବଗଡ଼ ଜିଲା ପାଇଁ ୪ ଉପସଭାପତି, ୪ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୮ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି।
ଗଜପତି ଜିଲାରେ ୧୩ ଉପସଭାପତି, ୧୨ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୧୪ ସମ୍ପାଦକ ଭାବେ ଦାୟିତ୍ୱ ପାଇଛନ୍ତି।
କେନ୍ଦୁଝର ଜିଲା ଲାଗି ୧୪ ଜଣ ଉପସଭାପତି, ୨୯ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୫ ଜଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି।
ଅନୁଗୁଳ ଜିଲ୍ଲାରେ ୧୦ ଜଣ ଉପସଭାପତି, ୧୨ ଜଣ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୧୬ ଜଣଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି।
ମାଲକାନଗିରିରେ ୨ ଉପସଭାପତି, ୯ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ, ୧୯ ଜଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲାରେ ୧୨ ଉପସଭାପତି, ୧୧ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୨୨ ଜଣ ସମ୍ପାଦକ ଭାବେ ଦାୟିତ୍ୱ ପାଇଛନ୍ତି।
ଝାରସୁଗୁଡ଼ା ଜିଲାରେ ୭ ଉପସଭାପତି, ୪ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୧୪ ଜଣ ସମ୍ପାଦକ ଦାୟିତ୍ୱ ପାଇଛନ୍ତି। କଳାହାଣ୍ଡି ପାଇଁ ୯ ଉପସଭାପତି, ୯ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ୩୧ ଜଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି।
ସୋନପୁର ଲାଗି ୧୧ ଉପସଭାପତି, ୧୨ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୨୫ ଜଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି।