ନୂଆଦିଲ୍ଲୀ, ୧୩/୦୧: ଆଉ ମିଳିବନି ୧୦ ମିନିଟରେ ଡୋର ଷ୍ଟେପ୍ ଡେଲିଭରୀ ଭଳି ସୁବିଧା। ଡେଡଲାଇନ୍ ଭିତରେ ଆଉ ବାନ୍ଧି ହୋଇ ରହିବେନି ଡେଲିଭରୀ ବୟ। ୧୦ମିନିଟର ଡେଲିଭରି ବ୍ୟବସ୍ଥା ଉଠାଇବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ। ଡେଲିଭରି କମ୍ପାନୀମାନଙ୍କୁ କେନ୍ଦ୍ର ସରକାରଙ୍କ କଡ଼ା ତାଗିଦ।
୧୦ ମିନିଟ୍ରେ ପହଞ୍ଚାଇବା ବ୍ୟାନର ହଟାଇବାକୁ ନିର୍ଦ୍ଦେଶ। ବ୍ଲିଙ୍କେଟ୍, ଜେପ୍ଟୋ, ସ୍ବିଗି, ଜୋମାଟୋ ଆଦିକୁ ନୋଟିସ। କମ୍ ସମୟରେ ଡେଲିଭରିକୁ ନେଇ କର୍ମଚାରୀ ସମସ୍ୟାରେ ପଡ଼ୁଥିଲେ। ଡେଲିଭରି ବୟଙ୍କ ଜୀବନ ବିପଦକୁ ଠେଲି ହୋଇଯାଉଥିଲା। ଗିଗ୍ ୱାର୍କର୍ସ ନିଜ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇ ଆସୁଥିଲେ। ବ୍ଲିଙ୍କିଟ୍ ନିର୍ଦ୍ଦେଶ ମାନି ୧୦ ମିନିଟରେ ପହଞ୍ଚାଇବା ବ୍ୟାନର ହଟାଇଛି। ଅନ୍ୟ ଡେଲିଭରି ସଂସ୍ଥା ନିର୍ଦ୍ଦେଶ ମାନିବା ନେଇ ସୂଚନା ମିଳି ନାହିଁ।
ଭାରତରେ ୧୦ ମିନିଟ୍ ଡେଲିଭରି ସେବା ଏକ ନୂଆ ପ୍ରକାରର କ୍ୱିକ୍ କମର୍ସ ଯାହା ଗ୍ରୋସରି, ଦୈନନ୍ଦିନ ଜିନିଷପତ୍ର, ଫଳ-ପନିପରିବା, ବ୍ୟକ୍ତିଗତ ସାମଗ୍ରୀ ଆଦିକୁ ଅତି ଶୀଘ୍ର (ପ୍ରାୟ ୧୦ ମିନିଟ୍ ଭିତରେ) ଡେଲିଭରି କରୁଥିଲା।
ଏହି ସେବାର ପ୍ରମୁଖ ଆପ୍ଲିକେସନ୍ ଗୁଡ଼ିକ ଜେପ୍ଟୋ (ମେଟ୍ରୋ ସହରରେ ୧୦ ମିନିଟ୍ ଭିତରେ ଡେଲିଭରି କରେ), ବ୍ଲିଙ୍କିଟ, ସ୍ୱିଗି ଇନଷ୍ଟାମାର୍ଟ, ଫ୍ଲିପକାର୍ଟ ମିନିଟ୍ସ (Flipkart ର ନୂଆ ସେବା), ଆମାଜନ ନାଓ (୧୦ ମିନିଟ୍ ଡେଲିଭରି, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ ଉପଲବ୍ଧ) ଡୁନ୍ଜୋ ଡେଲି।
ଏହି ସବୁ କମ୍ପାନୀ ଗୁଡ଼ିକ ଡାର୍କ ଷ୍ଟୋର (ଛୋଟ ଗୋଦାମ) ବ୍ୟବହାର କରି ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଗ୍ରାହକଙ୍କୁ ଅତି ଶୀଘ୍ର ଡେଲିଭରି କରୁଥିଲେ। କିନ୍ତୁ ଏବେ ଏହି ୧୦ ମିନିଟ୍ ଡେଲିଭରି ବନ୍ଦ ହୋଇଯାଇଛି।
କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମଣ୍ଡଭିୟଙ୍କ ହସ୍ତକ୍ଷେପ ପରେ ଏବଂ ଡେଲିଭରି କର୍ମଚାରୀ (ଗିଗ୍ ୱର୍କର୍ସ) ଙ୍କ ନିରାପତ୍ତା, ସ୍ୱାସ୍ଥ୍ୟ ଓ କାମର ଚାପ କଥା ଉଠିବା ପରେ ପ୍ଲାଟଫର୍ମ ଗୁଡ଼ିକ ୧୦ ମିନିଟ୍ ଡେଲିଭରି ପ୍ରତିଶ୍ରୁତି ବନ୍ଦ କରିଦେଇଛନ୍ତି। ସେମାନେ ଏବେ ଏହି ଟାଇମ୍ ଲିମିଟ୍ ବ୍ରାଣ୍ଡିଙ୍ଗରୁ ହଟାଇ ଦେଇଛନ୍ତି (ଯେମିତି Blinkit ର ଟ୍ୟାଗ୍ଲାଇନ୍ ବଦଳିଛି)।
ଏହା ଡେଲିଭରି ରାଇଡର୍ଙ୍କ ପାଇଁ ଅଧିକ ସୁରକ୍ଷିତ ଓ ସମ୍ମାନଜନକ କାମ ପରିବେଶ ସୃଷ୍ଟି କରିବା ପାଇଁ ହୋଇଛି। ତେଣୁ ଏବେ ଭାରତରେ ୧୦ ମିନିଟ୍ ଡେଲିଭରି ସେବା ଆଉ ନାହିଁ। ଅନଲାଇନ ଡେଲିଭରି ଏବେ ମଧ୍ୟ ଶୀଘ୍ର ହେବ କିନ୍ତୁ ୧୦ ମିନିଟ୍ ଭିତରେ ବାଧ୍ୟତାମୂଳକ ନୁହେଁ।