ହାଇଟେକରେ ଜାତୀୟ ଦନ୍ତ ଚିକିତ୍ସା ସମ୍ମିଳନୀ
‘ମୁହଁର ସୌନ୍ଦର୍ଯ୍ୟ ସହ ଖାଦ୍ୟ ହଜମ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଦାନ୍ତ’
ଭୁବନେଶ୍ୱର, ୧୩/୦୧: ହାଇଟେକ୍ ଡେଣ୍ଟାଲ କଲେଜ ଓ ହସ୍ପିଟାଲ ପ୍ରେକ୍ଷାଳୟରେ ଜାତୀୟ ସମନ୍ବିତ ଅର୍ଥୋଡୋକ୍ ଦକ୍ଷତା କର୍ମଶାଳାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାରା ଭାରତରୁ ସୁଦକ୍ଷ ଦନ୍ତ ଚିକିତ୍ସକମାନେ ଯୋଗ ଦେଇ ଦନ୍ତ ଚିକିତ୍ସା ପ୍ରଣାଳୀର ବୈଜ୍ଞାନିକ ପଦ୍ଧତି ଉପରେ ବିଶେଷାତ୍ମକ ଗବେଷଣାର ସନ୍ଧର୍ଭ ପାଠ କରିଥିଲେ। ଦାନ୍ତ କେବଳର ମୁହଁର ଶୋଭା ବର୍ଜନ କରି ନଥାଏ, ଖାଦ୍ୟ ହଜମରେ ମଧ୍ୟ ସହାୟକ ହୋଇଥାଏ। ବର୍ତ୍ତମାନ ଦାନ୍ତ ଏବଂ ମାଢିରେ ଦେଖା ଦେଉଥିବା ଅନେକ ପ୍ରକାର ରୋଗକୁ ଅଣଦେଖା କରି ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଅଙ୍କାବଙ୍କା ଦାନ୍ତ, ଦାନ୍ତର ଆକାର ଅନୁସାରେ ମାଢି ଛୋଟ ଥିଲେ ଆଧୁନିକ ଚିକିତ୍ସା ପଦ୍ଧତିରେ ଏଭଳି ସମସ୍ୟାର ସମାଧାନ କରାଯାଇପାରୁଛି ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ। ଏଥିରେ ମଞ୍ଚାସୀନ ଅତିଥି ଭାବେ ହାଇଟେକ୍ ଡେଣ୍ଟାଲ କଲେଜ ଓ ହସ୍ପିଟାଲର କାର୍ଯ୍ୟକାରୀ ଅଧ୍ୟକ୍ଷା ଇଂ ମଧୁସ୍ମିତା ପାଣିଗ୍ରାହୀ, ହାଇଟେକ୍ ଗ୍ରୁପ୍ ଟ୍ରଷ୍ଟି ଡ. ରାକେଶ କୁମାର ପାଣିଗ୍ରାହୀ, ଆଇଓଏସ୍ ସଭାପତି ପ୍ରଫେସର୍ ଡ. ଶ୍ରୀଦେବୀ ପଦ୍ମନାଭନ, ଉପସଭାପତି ପ୍ରଫେସର୍ ଡ. ସର୍ବରାଜ କୋହଲି, ନିର୍ବାଚିତ ସଭାପତି ପ୍ରଫେସର୍ ଡ. ସୂର୍ଯ୍ୟକାନ୍ତ ଦାସ, ହାଇଟେକ୍ ଡେଣ୍ଟାଲ କଲେଜ ଓ ହସ୍ପିଟାଲ ପ୍ରିନ୍ସିପାଲ ପ୍ରଫେସର୍ ଡ. ସଂଗ୍ରାମ ପାତ୍ର, ଏସ୍ସିବି ଡେଣ୍ଟାଲ କଲେଜ ପ୍ରିନ୍ସିପାଲ ପ୍ରଫେସର୍ ଡ. ପ୍ରଭାସ କୁମାର ମହାନ୍ତି, ଓଡିଶା ରାଜ୍ୟ ଡେଣ୍ଟାଲ କାଉନ୍ସିଲ ସଭାପତି ପ୍ରଫେସର୍ ଡ. ଆଶିଷ୍ କୁମାର ବାରିକ୍, ଆୟୋଜକ ଅଧ୍ୟକ୍ଷ ପ୍ରଫେସର୍ ଡ. ସୁବାଷ ଚନ୍ଦ୍ର ନାୟକ, ସଙ୍ଗଠନ ସଚିବ ପ୍ରଫେସର୍ ଡ. ଆନନ୍ଦ ଗରାବଡୁ ଯୋଗଦାନ କରିଥିଲେ।