ନୂଆପଡ଼ା, ୧୯/୦୧: ନୂଆପଡ଼ା ବିଡିଓ ରୋହିତ ଭୋଇଙ୍କୁ ଆକ୍ରମଣ। ଏ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସଦର ବିଡିଓ ରୋହିତ ଭୋଇ।
ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ଭଇସାଟାଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିବାଦ ଥିଲା। ଆଜି କିଛି ଯୁବକ ବ୍ଲକ କାର୍ଯ୍ୟାଳୟକୁ ଆସି ଯୁକ୍ତିତର୍କ କରି ଆକ୍ରମଣ କଲେ।
ବିଡିଓଙ୍କ ଉପରକୁ ଆକ୍ରମଣ ନେଇ ପ୍ରତିବାଦ କରିଛନ୍ତି ବ୍ଲକ କର୍ମଚାରୀ। ବ୍ଲକ କର୍ମଚାରୀମାନେ କଲମ ଛାଡ଼ ଆନ୍ଦୋଳନ ଡ଼ାକରା ଦେଇଛନ୍ତି।
ଅନ୍ୟପଟେ ପୋଲିସ ତଦନ୍ତ କରି ବିଡିଓଙ୍କୁ ମାଡ଼ ମାରିଥିବା ଯୁବକଙ୍କୁ ଗିରଫ କରିଛି। ଏ ନେଇ ସୂଚନା ଦେଇଛନ୍ତି କୋରାପୁଟ ଡିଆଇଜି କେ.ଭି ସିଂ।