ହାଇଟେକ୍ର ବିଶାଳ ସ୍ୱାସ୍ଥ୍ୟ ଚିକିତ୍ସା ଓ ପରାମର୍ଶ ଶିବିର
୧୦୦୦ରୁ ଉର୍ଦ୍ଧ୍ୱ ଲୋକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଲେ
କଟକ, ୧୯/୦୧: କଟକ ବାଲିଯାତ୍ରା ପଡିଆଠାରେ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନର ୫୦ତମ ରାଜ୍ୟ ସମ୍ମିଳନୀ ଉପଲକ୍ଷେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ତରଫରୁ ବିଶାଳ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ହାଇଟେକ୍ ଗ୍ରୁପ୍ ସିଇଓ ତଥା ମ୍ୟାନେଜିଙ୍ଗ ଟ୍ରଷ୍ଟି ଶୁରେଶ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଖରେ ପହଁଇବାର ପ୍ରୟାସ ହାଇଟେକ୍ ଜାରି ରଖିଛି ବୋଲି କହିବା ସହ ଏହି ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ସମସ୍ତ ଶିବିରାର୍ଥୀମାନଙ୍କର କାମରେ ଆସିଲେ ଆମେ ନିଜକୁ ସଫଳ ମଣିବୁ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ସର୍ବଭାରତୀୟ ସଭାପତି ନିମିଷ ପାଣ୍ଡେ, ରାଜ୍ୟ ସଭାପତି ଡ. ସତ୍ୟ ସ୍ୱରପ ପଟ୍ଟନାୟକ ଉପସ୍ଥିତ ରହି ଖୁସି ବ୍ୟକ୍ତ କରିଛନ୍ତି। ଏଥିରେ ମେଡିସିନ୍, ଅସ୍ଥିଶଲ୍ୟ, ସର୍ଜରୀ, ହୃଦ୍ରୋଗ ଆଦି ବିଭିନ୍ନ ବିଭାଗର ସୁଦକ୍ଷ ଚିକିତ୍ସାବିତଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିବାବେଳେ ୧୦୦୦ରୁ ଉର୍ଦ୍ଧ୍ୱ ଲୋକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ତେବେ ମ୍ୟାଜିକ୍ ମିରର୍ ଅର୍ଥାତ୍ ଯେଉଁଥିରେ ନିଜ ଚର୍ମ ଓ କେଶ ସମ୍ବନ୍ଧୀୟ ସମସ୍ୟାକୁ ଜାଣି ତାହାର ଚିକିତ୍ସା କରିପାରିବେ ଏବଂ ରକ୍ତ ପରୀକ୍ଷା ଓ ଇସିଜିର ସୁବିଧା ଯୋଗାଇ ଦିଆଯାଇଥିଲା।