ଭିଜିଲାନ୍ସ ଜାଲରେ RI

ଏକାଧିକ ସ୍ଥାନରେ ରେଡ୍

କଟକ, ୨୨/୦୧: ଲାଞ୍ଚ ନେଇ ଧରାପଡ଼ିଲେ କଖଡ଼ି RI ଜାନକୀ ରଂଜନ ମଲ୍ଲିକ। କଟକ ସଦର ତହସିଲ୍ କଖଡ଼ି ସର୍କଲ RI ଜାନକୀ ରଂଜନ ମଲ୍ଲିକ ଭିଜିଲାନ୍ସ ଜାଲରେ ଫସିଛନ୍ତି।

୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଜମିଜମା ମାମଲାର ମ୍ୟୁଟେସନ୍‌ ଓ ପଟ୍ଟା ପାଇଁ ନେଉଥିଲେ ଲାଞ୍ଚ। ତାଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ RIଙ୍କର ୩ଟି ସ୍ଥାନରେ ରେଡ୍‌ କରିଛି ଭିଜିଲାନ୍ସ।