୨୦୦ ଫୁଟ ଖାଇକୁ ଖସିଲା ସେନା ଗାଡ଼ି

୧୦ ଯବାନ ସହିଦ, ୭ ଗୁରୁତର

ଜମ୍ମୁ-କାଶ୍ମୀର, ୨୨/୦୧: ଜମ୍ମୁ ଓ କାଶ୍ମୀରର ଡୋଡା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସେନା ଗାଡ଼ି ଖାଇକୁ ଖସି ପଡ଼ିଛି। ସେନା ଅଧିକାରୀଙ୍କ ଅନୁଯାୟୀ ଦୁର୍ଘଟଣାରେ ୧୦ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ନଅ ଜଣ ଆହତ ହୋଇଛନ୍ତି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଦୁର୍ଘଟଣାରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଭାଦେରୱାହର ଖାନୀ ଟପ୍ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆହତ ସୈନିକମାନଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଉଧମପୁରକୁ ବିମାନ ଯୋଗେ ପଠାଯାଇଛି।

ଜଣେ ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଖାଇରେ ପଡ଼ିଥିବା ଗାଡ଼ିଟି ବୁଲେଟ୍‌ପ୍ରୁଫ୍ ଥିଲା। ଏଥିରେ ମୋଟ ୧୭ ଜଣ ସୈନିକ ଥିଲେ। ସେମାନେ ଏକ ଉଚ୍ଚ ପୋଷ୍ଟକୁ ଯିବା ସମୟରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ ଏବଂ ଗାଡ଼ିଟି ୨୦୦ ଫୁଟ ଗଭୀର ଖାଇରେ ଖସି ପଡ଼ିଥିଲା।