ଶାସ୍ତ୍ରୀନଗର ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ

୧୬ ବରିଷ୍ଠ ନାଗରିକଙ୍କୁ “ବରିଷ୍ଠ ବୟୋଜ୍ୟେଷ୍ଠ ସମ୍ମାନ”ରେ ସମ୍ମାନୀତ

ଭୁବନେଶ୍ୱର, ୨୨|୧ : ଶାସ୍ତ୍ରୀନଗର ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ସଭାପତି ଇଂ. ଗିରିଜା ନନ୍ଦନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗତ ୨୦ ତାରିଖରେ ଅନୁଷ୍ଠିତ ହୋଇଥିଲା । ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ବକ୍ତା ଓ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଭୁବନେଶ୍ଵର ବାସିନ୍ଦା ବିଶେଷ ଭାବେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଉଦ୍ଦିଷ୍ଠ ବିଭିନ୍ନ ଯୋଜନା ବିଷୟରେ ବକ୍ତବ୍ୟ ରଖିଥିଲେ । ସଂପାଦକ ଅଭିରାମ ଜେନା ଶାସ୍ତ୍ରୀନଗର ଗର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ସଂପର୍କରେ ବିବରଣୀ ଉପସ୍ଥାପନା କରିଥିଲେ । ଅଶୀବର୍ଷ ଓ ତଦୁର୍ଷ ୧୬ ଜଣ ବରିଷ୍ଠ ନାଗରିକଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମୋମେଣ୍ଟମ ପ୍ରଦାନ କରାଯାଇ “ବରିଷ୍ଠ ବୟୋଜ୍ୟେଷ୍ଠ ସମ୍ମାନ”ରେ ସମ୍ମାନୀତ କରାଯାଇଥିଲା । ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଶ୍ରୀ ଚକ୍ରଧର ଦାଶଙ୍କୁ “ସମାଜସେବୀ” ସମ୍ମାନ ଓ ବୃକ୍ଷରୋପଣ ପାଇଁ ଶ୍ରୀ ଦିଗ ରଂଜନ ଦାସଙ୍କୁ “ପ୍ରକୃତି ବଂଧୁ” ସମ୍ମାନରେ ମାନପତ୍ର ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ବହୁମୁଖୀ ପ୍ରତିଭା ସମାଜସେବା ପାଇଁ ସଭାପତି ଶ୍ରୀ ଗିରିଜା ନନ୍ଦନ ମହାନ୍ତିଙ୍କୁ ବରିଷ୍ଠ ନାଗରିକ ମଞ୍ଚ ତରଫରୁ “ ବିଶେଷ ସମ୍ମାନ” ପ୍ରଦାନ କରାଯାଇଥିଲା ।

ଉକ୍ତ ଉତ୍ସବରେ ଶାସ୍ତ୍ରୀନଗର ଉନ୍ନୟନ ପରିଷଦର ସଭାପତି ଶ୍ରୀ ଅଶୋକ କୁମାର ବେହେରା, ସଂପାଦକ ଶ୍ରୀ ଆଲୋକ ରଂଜନ ସାମନ୍ତରାୟ, ଉପଦେଷ୍ଠା ସତ୍ୟେନ୍ଦ୍ର ନାରାୟଣ ତ୍ରିପାଠୀ, ପ୍ରଭାକର ଆଚାର୍ଯ୍ୟ, ପ୍ରଫୁଲ୍ଲ କୁମାର ପାଠୀ, ମହିଳା ପରିଷଦର ସଭାପତି ପ୍ରେମଲତା ତ୍ରିପାଠୀ, ସଂପାଦିକା ରଜନୀ ରାଣୀ ରାଜହଂସ, ସମାଜସେବୀ ବିଷ୍ଣୁ ଚରଣ ସାହୁ ଓ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତା ଆଦି ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦାନ କରିଥିଲେ । ଶ୍ରୀ ମାନବେନ୍ଦ୍ର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସଂପାଦକ ଶ୍ରୀ ଅଭିରାମ ଜେନାଙ୍କ ସହିତ ବସନ୍ତ କୁମାର ପରିଡ଼ା, ବୈଷ୍ଣବ ଚରଣ ରାଉତ, ପ୍ରମୋଦ ପ୍ରଧାନ, ବି.କେ. ଜେନା, ନିତ୍ୟାନନ୍ଦ ବିଶ୍ଵାଳ, ବାବୁରାମ ସାହୁ ଓ ଅନ୍ୟ କର୍ମକର୍ତ୍ତା ମାନଙ୍କର ବିଶେଷ ଅବଦାନ ରହିଥୁଲା ।

ପରିଶେଷରେ ନୂତନ ବର୍ଷର କ୍ୟାଲେଣ୍ଡର ବଣ୍ଟା ଯାଇଥିଲା । ସମସ୍ତଙ୍କ ପାଇଁ ଭଜନ ସମାରୋହ ଓ ରାତ୍ରି ଭୋଜନର ଆୟୋଜନ କରାଯାଇଥିଲା ।