ମନ୍ତ୍ରୀଙ୍କ ପ୍ରତିନିଧିଙ୍କ ବିରୋଧରେ ସଙ୍ଗୀନ ଦଫା
ଗଣ୍ଡଗୋଳକାରୀଙ୍କ ପକ୍ଷରୁ ଅଭିଯୋଗ ନାହିଁ, ପୋଲିସ କାହିଁକି ନିଜ ଆଡୁ କେସ କଲା
ଧାମନଗର, ୧୧/୦୨, ଧାମନଗର ରାଜନୀତିରେ ଏବେ ହଇଚଇ ସୃଷ୍ଟି ହୋଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଏନ୍ଏସି ପ୍ରତିନିଧି ତଥା ସମାଜସେବୀ ସୁଶନ ମହାପାତ୍ର ଓରଫ କୈଳାଶ ମହାପାତ୍ର ଓ ତାଙ୍କ ଦୁଇ ପୁଅଙ୍କ ବିରୋଧରେ ପୋଲିସ ନିଜ ଆଡୁ ସଙ୍ଗୀନ ମାମଲା ରୁଜୁ କରିଛି। ଏହି ଘଟଣା ପରେ ଧାମନଗର ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସୁଶନଙ୍କ ରାଜନୈତିକ ଭବିଷ୍ୟତକୁ ରୋକ ଲଗାଇବା ପାଇଁ କିଛି ଚକ୍ରାନ୍ତ ଚାଲିଚି କି? ପ୍ରକାଶ ଥାଉକି ଚଳିତ ଜାନୁଆରୀ ୨୫ ତାରିଖ ବିଳମ୍ବିତ ରାତିରେ ଶ୍ୟାମପୁର ଠାରେ ସୁଶନ ମହାପାତ୍ର ଓ ଅନ୍ୟତମ ବିଜେପି ନେତା ବୀରେନ୍ଦ୍ର ଜେନାଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।ପୋଲିସର ଅଭିଯୋଗ ଅନୁଯାୟୀ, ସୁଶନ, ତାଙ୍କ ଦୁଇ ପୁଅ ଏବଂ ପ୍ରାୟ ୨୩ ଜଣ ସମର୍ଥକ ଅସ୍ତ୍ରଶସ୍ତ୍ର ଧରି ବୀରେନ୍ଦ୍ର ଙ୍କ ଘର ଉପରେ ଚଢ଼ଉ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ସହ ଧସ୍ତାଧସ୍ତି ଲାଗିଥିଲା। ଖବର ପାଇ ଧାମନଗର ଥାନାର ଏସ ଆଇ ମହେଶ୍ୱର ପ୍ରଧାନ, କନେଷ୍ଟବଳ ଶିବ ଶକ୍ତି ଦାସ, ସୁଜିତ ନାୟକ, ସଦା ନନ୍ଦ ମଲିକ ଘଟଣାସ୍ଥଳରେ ପହଞ୍ଚି ଥିଲେ ଏବଂ ପୋଲିସ କୁ ଆକ୍ରମଣ ମଧ୍ୟ କରା ଯାଇଥିଲା,ସେଥିରେ କନେଷ୍ଟ ବଳ ଆହତ ହୋଇଥିଲେ । ପରଦିନ ସକାଳେ ପୋଲିସ ମୃତୟନ ହୋଇଥିଲେ। ଉଭୟ ଗୋଟିଏ ଦଳରେ ହୋଇ ଥିବାରୁ ଦଳୀୟ ଚାପ ରେ ଉଭୟଙ୍କ ପକ୍ଷରୁ ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା ଏବଂ ଉଭୟ ଥାନାର ଅଭିଯୋଗ କରି ନଥିଲେ। ପରନ୍ତୁ ଆକ୍ରମଣର ଶିକାର ହୋଇଥିବା ମହେଶ୍ୱର ପ୍ରଧାନ ସୁଶନଙ୍କ ସମେତ ୧୬ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ। ଆଇଆଇସି ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରିବା ସହ ଅନ୍ୟତମ ଏସ ଆଇ ରଶ୍ମିତା ମଲ୍ଲିକଙ୍କୁ ତଦନ୍ତ ପାଇଁ ଦାୟିତ୍ବ ଦେଇଥିଲେ।
ଏହି ଘଟଣାରେ ପୋଲିସ ସୁଶନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଅନେକ କଠୋର ଧାରା ଲଗାଇଛି। ହତ୍ୟା ଉଦ୍ୟମ, ସରକାରୀ କର୍ମଚାରୀଙ୍କୁ କର୍ତ୍ତବ୍ୟରେ ବାଧା ଦେବା ଓ ଆକ୍ରମଣ କରିବା, ଅପରାଧିକ ଧମକ ଓ ଅଶ୍ଳୀଳ ବ୍ୟବହାର ଭଳି ଦଫା ଲଗାଯାଇଛି। ସୁଚନା ଥାଉ କି ସୁଶନ ମହାପାତ୍ର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଘନିଷ୍ଠ ଭାବେ ଜଣାଶୁଣା। ମାତ୍ର ଏହି ମାମଲା ତାଙ୍କ ରାଜନୈତିକ କ୍ୟାରିୟର ଦାଗ ଲଗାଇବା ପାଇଁ କାହାର ହାତବି ଥାଇ ପାରେ। ଆଗକୁ ଏନ୍ଏସି ଓ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଏହି ଅପରାଧିକ ମାମଲା ତାଙ୍କୁ ନିର୍ବାଚନ ମୈଦାନ ରୁ ଦୂରେଇ ରଖିବା ପାଇଁ ଏକ ଷଡ଼ଯନ୍ତ୍ର ବୋଲି ଆଲୋଚନା ହେଉଛି। ଜଣେ ପ୍ରଭାବଶାଳୀ ନେତାଙ୍କୁ କୋର୍ଟ କଚେରୀ ଦୌଡ଼ିବାକୁ ପଡ଼ିବା ଦଳ ଭିତରେ ତାଙ୍କ ସ୍ଥିତି ଦୁର୍ବଳ କରିପାରେ। କେବଳ ସୁଶନଙ୍କ ବିରୋଧରେ ପୋଲିସ ନିଜ ଆଡୁ ଏତଲା ଦେବା ପଛରେ କୌଣସି ଗୋଷ୍ଠୀଗତ ଷଡ଼ଯନ୍ତ୍ର ରହିଛି କି, ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏ ନେଇ ଶୁସନ ଓ ବିରେନ୍ଦ୍ରଙ୍କ ସହ ଯୋଗା ଯୋଗ କରାଯାଇଥିଲା। ସେ କହିଥିଲେ ଯେ ପିଲାମାନଙ୍କ ମଧ୍ୟରେ କଣ ଝଗଡ଼ା ଲାଗିଥିଲେ ତାହା ସମାଧାନ ହୋଇଛି। ଅଭିଯୋଗକାରୀ ଅଧିକାରୀ ମହେଶ୍ୱର ପ୍ରଧାନ କହିଛନ୍ତି ଯେ ଘଟଣା ଘଟିଛି
ତଦନ୍ତ ରେ ଯାହା ହେବ ବୋଲି ସେ କହିଥିଲେ। ତେବେ ଏପରି ପରିସ୍ଥିତିରେ ମଧ୍ୟ ଥାନାର ଆଇ ଆଇ ସି ରଞ୍ଜନ ସେଠୀ ମଧ୍ୟ ଧାମନଗର ଥାନାରୁ ବଦଳି ହୋଇଛନ୍ତି।