ପ୍ରାକ୍ତନ ଜିଲ୍ଲା ଜଜ୍ ବ୍ରଜକିଶୋର ପଟ୍ଟନାୟକଙ୍କ ବିୟୋଗ

ଏଡୁକେସନ ଟ୍ରିବ୍ୟୁନାଲଇେ ପ୍ରିଜାଇଡିଂ ଅଫିସର ହିସାବରେ କାର୍ଯ୍ୟ କରିଥିଲେ

ଭୁବନେଶ୍ୱର, ୧୧/୦୨: ପ୍ରାକ୍ତନ ଜିଲ୍ଲା ଜଜ୍ ବ୍ରଜକିଶୋର ପଟ୍ଟନାୟକ ଗତ ୧୦ ତାରିଖ ଦିନ ରାତ୍ର ୧ଟା ୫୪ ମିନିଟରେ ୮୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ସେ ଜଣେ ଉଚ୍ଚକୋଟୀର ବିଚାର ବିଭାଗୀୟ ଅଧିକାରୀ ହିସାବରେ ସୁନାମ ଅର୍ଜନ କରିଛନ୍ତି । ଅବସର ଗ୍ରହଣ ପରେ ସେ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ । ସେ ଢେଙ୍କାନାଳ ଓ ବଲାଙ୍ଗିର ଜିଲ୍ଲାରେ ଜିଲ୍ଲା ଜଜ୍ ତଥା ଏଡୁକେସନ ଟ୍ରିବ୍ୟୁନାଲଇେ ପ୍ରିଜାଇଡିଂ ଅଫିସର ହିସାବରେ କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲେ। ସେ ଜଣେ ସରଳ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ହିସାବରେ ଭୁବନେଶ୍ୱର ଅଞ୍ଚଳରେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ। ମୃତ୍ୟୁ ବେଳକୁ ତାଙ୍କର ଧର୍ମପତ୍ନୀ ମୀରା ପଟ୍ଟନାୟକ, ଦୁଇ ପୁତ୍ର ବଳଦେବ ପଟ୍ଟନାୟକ (ଷ୍ଟେଟ୍ ବ୍ୟାଙ୍କ ଅଧିକାରୀ) ଓ ଦେବଦତ୍ତ ପଟ୍ଟନାୟକ (ଅତିରିକ୍ତ ଜିଲ୍ଲା ଜଜ୍), ବଡ ଝିଅ ଲୀନା ପଟ୍ଟନାୟକ, ମଝିଆ ଝିଅ ଗୀଚା ମହାନ୍ତି ଓ ଜାମାତା ଜ୍ୟୋତିଶ ମହାନ୍ତି (ଯୁଗ୍ମ ନିର୍ଦ୍ଦେଶକ) ଓ ଅନ୍ୟନ୍ୟ ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ପୁରୀରେ ଅନୁଷ୍ଠିତ ହୋଇ ଯାଇଛି। ସେଥିରେ ତାଙ୍କର ତିନି ପୁତୁରା ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ନୀହାର ରଂଜନ ପଟ୍ଟନାୟକ, ଅଧୀକ୍ଷଣ ଯନ୍ତ୍ରୀ ମାନସ ରଂଜନ ପଟ୍ଟନାୟକ ଓ ମୁଖ୍ଯ ଯନ୍ତ୍ରୀ ତାପସ ରଂଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଅଛି ।