ଭୁବନେଶ୍ୱର, ୧୫/୦୩: ୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍। ଚକ୍ରମଣି କହଁର ଓ ନବ କିଶୋର ମଲ୍ଲିକଙ୍କୁ ନୋଟିସ୍ ଜାରି କରିଛନ୍ତି ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍।
ଆଜି ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦଳୀୟ ହ୍ବିପ ସତ୍ତ୍ବେ ୩ ଦିନ ହେଲା ମିଟିଂରେ ଅନୁପସ୍ଥିତ ସୂଚନା ରହିଛି।
ନବୀନ କରୁଥିବା ବୈଠକରେ ଯୋଗ ଦେଇନଥିଲେ ତିନି ବିଧାୟକ। ଏପରିକି ସେମାନେ ନବୀନ ଡାକିଥିବା ଲଞ୍ଚରେ ବି ଯୋଗ ଦେଇନଥିଲେ। ଦୁଇ ଦିନ ଧରି ଲଗାତର ଅନୁପସ୍ଥିତ ରହିଥିବା ତିନି ବିଧାୟକ ସୌଭିକ ବିଶ୍ବାଳ, ନବ ମଲ୍ଲିକ କି ଚକ୍ରମଣି କହଁର ଆଜି ବି ନବୀନ ନିବାସ ଆସି ନଥିଲେ।