ଭୁବନେଶ୍ୱର, ୧୫/୦୩: ବିଷ୍ଣୁ ମନ୍ଦିର ସାଂସ୍କୃତିକ ସମିତି ଆନୁକୂଲ୍ୟରେ ଦଶଦୋଳ ମେଳନ ମହୋତ୍ସବ ଗତ ୧୩ ଓ ୧୪ ତାରିଖରେ ମହାସମାରୋହରେ ପାଳନ ହୋଇଯାଇଛି । ଏଥିରେ ଭୁବନେଶ୍ଵରର ବିଭିନ୍ନ ମନ୍ଦିରରୁ ଦୋଳ ବିମାନରେ ରାଧା କୃଷ୍ଣ ଓ ଶିବପାର୍ବତୀ ସନ୍ଥ ହୋଇ ଯାକଯମକରେ ବିଷ୍ଣୁ ମନ୍ଦିରରେ ପହଞ୍ଚିଥିଲେ । ଆଖଣ୍ଡଳମଣି ମନ୍ଦିର, ସହୀଦନଗର, ଚକେଇସିହାଣୀ, ଆଚାର୍ଯ୍ୟବିହାର, ଜୟଦେବ ବିହାର, ୯ ନମ୍ବର ଓ ଆର୍.ସି.ଏମ୍. ମନ୍ଦିର ଅନ୍ତର୍ଭୁକ୍ତ । ବିଷ୍ଣୁମନ୍ଦିରର ଆନପତି ସମସ୍ତଙ୍କୁ ସ୍ବାଗତ କରିଥିଲେ । ବିଭିନ୍ନ ଦୋଳ କମିଟି ତରଫରୁ ଲଉଡ଼ି ଖେଳ, ଆତସବାଜି ପ୍ରଦର୍ଶନ ହେବା ସହିତ ହଜାର ହଜାର ଭକ୍ତମାନେ ହରିବୋଲ ହୁଳହୁଳୀ ଧ୍ଵନିରେ ମନ୍ଦିର ପରିସର ମୁଖରିତ ହୋଇଥିଲା ।
ଉଦ୍ଯାପନୀ ସଭାରେ ଆବାହକ ଜିତେନ୍ଦ୍ର କୁମାର ରଥ, ସଭାପତି-ରେବତୀ ବିଶ୍ଵାଳ, ଉପଦେଷ୍ଟା-ଦେବରାଜ ମହାପାତ୍ର ଓ ବି.ସି.ଜେନା ସ୍ୱାଗତ ଭାଷଣ ଦେଇଥିଲେ ।
ଦୋଳ କମିଟି ତରଫରୁ ଆବାହକ ନିଶାକର ରାରତ ଦୋଳ ଯାତ୍ରାର ମହତ୍ତ୍ବ, ଅସ୍ମିତା, ସଂସ୍କୃତି ଓ ପରମ୍ପରା, ଆମ ଜୀବନ ଯାତ୍ରାର ମୁକ୍ତର ପଥ ଗୀତା ଜ୍ଞାନରୁ ଶୋଳ୍କ ଆବୃତି କରି ବକ୍ତବ୍ୟ ରଖୁଥିଲେ ।
ସଂପାଦକ ପ୍ରଦୀପ କୁମାର ଦ୍ବିବେଦୀ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଦୋଳ ମହୋତ୍ସବ ଉଦ୍ଯାପନ ଘୋଷଣା କରିଥିଲେ ।