ରାଜ୍ୟସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ

ପ୍ରଥମେ ଭୋଟ ଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ଭୁବନେଶ୍ୱର, ୧୬/୦୩: ରାଜ୍ୟସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଚାଲିଛି ଭୋଟିଂ। ଅପରାହ୍ଣ ୪ଟା ଯାଏଁ ଚାଲିବ ମତଦାନ, ୫ଟାରେ ଗଣତି ହେବ। ପ୍ରଥମେ ଭୋଟ୍‌ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ସେପଟେ ସବୁ ଦଳର ପ୍ରାର୍ଥୀ ଛାନିଆ। କାହା ପାଖକୁ ଯିବ ଭୋଟ୍। କିଏ ବସିବେ ଚତୁର୍ଥ ସିଟ୍ ରେ। କଂଗ୍ରେସରେ ଦଳୀୟ କନ୍ଦଳ ଓ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ଲାଗି ରହିଛି। ବିଜେଡ଼ିରେ ମଧ୍ୟ ଦଳୀୟ କନ୍ଦଳ ଦେଖା ଦେଇଛି। ହ୍ୱିପ୍ ସତ୍ତ୍ୱେ ଗତ କାଲି ବିଜେଡିର ବୈଠକକୁ ଆସିନଥିଲେ ଚକ୍ରମଣି କହଁର ଓ ନବ କିଶୋର ମଲ୍ଲିକ। ସେମାନଙ୍କୁ ମୋ କଜ୍ ନୋଟିସ ଜାରି କରିଥିଲା ଦଳ। କିନ୍ତୁ ସେମାନେ ଆସିନାହାନ୍ତି। ସେମାନଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଚେତାବନୀ ଦେଇଥିଲା ଦଳ। ସେହିପରି କଂଗ୍ରେସର ଦାଶରଥି ଗମାଙ୍ଗୋ ମଧ୍ୟ ବିବେକାନୁମୋଦିତ ଭୋଟ ଦେବେ ବୋଲି କହିଛନ୍ତି।