୫ ବିଧାୟକ କରିଛନ୍ତି କ୍ରସ ଭୋଟିଂ!

ଦଳୀୟ ଏଜେଣ୍ଟଙ୍କ ଆପତ୍ତି, ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ

ଭୁବନେଶ୍ୱର, ୧୬/୦୩: ରାଜ୍ୟସଭା ନିର୍ବାଚନ ଚାଲିଥିବା ବେଳେ କ୍ରସ ଭୋଟିଂ କରିଛନ୍ତି ୫ ବିଧାୟକ। ବିଜେଡ଼ିର ଦୁଇ ବିଧାୟକ ଚକ୍ରମଣି କହଁର ଓ ସୌଭିକ ବିଶ୍ବାଳ କ୍ରସ ଭୋଟିଂ କରିଥିବାରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆପତ୍ତି ଉଠାଇଲେ ବିଜେଡି ଏଜେଣ୍ଟ ପ୍ରତାପ ଦେବ୍‌।

ସେହିପରି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଓ ରମେଶ ଜେନା କ୍ରସ ଭୋଟିଂ କରିଥିବା ଭକ୍ତ କହିଛନ୍ତି। ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି କଂଗ୍ରେସ ଏଜେଣ୍ଟ ଭକ୍ତ ଦାସ। ଦଳୀୟ ହ୍ବିପ୍‌ ନ ମାନି ଅନ୍ୟତ୍ର ଭୋଟ ଦେଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଗ୍ରହଣ କରି ବିଚାର କରିବାକୁ ଭକ୍ତ ଦାବି କରିଛନ୍ତି।

ସେହିପରି ସୋଫିଆଙ୍କ ଭୋଟକୁ ନେଇ ମଧ୍ୟ ଜୋର ଚର୍ଚ୍ଚା ହେଉଛି। ସେ କ୍ରମ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି। ଭୋଟ୍‌ ଦେବା ପରେ ସୋଫିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ନ ଦେଇ ଚୁପଚାପ୍‌ ଚାଲିଯାଇଥିଲେ।