ଦିଲ୍ଲୀପ-ଦତ୍ତେଶ୍ୱରଙ୍କୁ ସମାନ ସଂଖ୍ୟକ ଭୋଟ

ମନମୋହନ, ସୁଜିତ ଓ ସନ୍ତୃପ୍ତଙ୍କ ରାସ୍ତା ପରିଷ୍କାର

ଭୁବନେଶ୍ୱର, ୧୬/୦୩: ମତଦାନ ସରିବା ପରେ ଆରମ୍ଭ ହୋଇଛି ଗଣତି। ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଗଣତି ଜାରି ରହିଛି। ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଛି ମତଦାନ ଗଣତି। ମତଦାନ ଗଣତି ପରେ ପ୍ରକାଶ ପାଇବ ଫଳ। ବର୍ତ୍ତମାନ ସୁଦ୍ଧା ମନମୋହନ ସାମଲଙ୍କୁ ୩୫, ସୁଜିତ କୁମାରଙ୍କୁ ୩୫ ଓ ସନ୍ତୃପ୍ତ ମିଶ୍ରଙ୍କୁ ୩୧ ଭୋଟ ମିଳିଛି। ବିଜେଡ଼ି ଓ କଂଗ୍ରେସର କମନ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବର ହୋତା ଓ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ୨୩ ଟି ଲେଖାଏଁ ଭୋଟ ମିଳିଛି। ତେବେ ଭୋଟ ଗଣତି ବର୍ତ୍ତମାନ ସରିନାହିଁ। ମନମୋହନ, ସୁଜିତ ଓ ସନ୍ତୃପ୍ତଙ୍କ ରାସ୍ତା ଗୋଟିଏ ପଟେ ପରିଷ୍କାର ଥିବା ବେଳେ ଚତୁର୍ଥ ଆସନ ବିଜୟୀ କିଏ ହେବେ ତାହା ସ୍ପଷ୍ଟ ଜଣାପଡିନାହିଁ। ନିର୍ଣ୍ଣାୟକ ଫଳାଫଳ ଆଉ କିଛି ସମୟ ପରେ ଘୋଷଣା ହେବ। ଆଜି ସକାଳ ୯ଟାରୁ ଆରମ୍ଭ ହୋଇଥିଲା ମତଦାନ। ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଜାରି ଥିଲା ମତଦାନ।