ଭୁବନେଶ୍ୱର, ୧୬/୦୩: ରାଜ୍ୟସଭା ନିର୍ବାଚନରେ ୧୧ ବିଧାୟକ କରିଛନ୍ତି କ୍ରସ୍ ଭୋଟିଂ। କଂଗ୍ରେସର ୩ ଓ ବିଜେଡିର ୫ ବିଧାୟକ କ୍ରସ୍ ଭୋଟିଂ କରିଥିବା ସୂଚନା ମିଳିଛି। କଂଗ୍ରେସରୁ ଦାଶରଥି ଗମାଙ୍ଗୋ, ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା କ୍ରସ୍ ଭୋଟିଂ କରିଛନ୍ତି। ବିଜେଡିରୁ ଚକ୍ରମଣି କହଁର, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ଦେବୀରଂଜନ ତ୍ରିପାଠୀ, ନବ କିଶୋର ମଲ୍ଲିକ କ୍ରସ୍ ଭୋଟିଂ କରିଛନ୍ତି। ସେହିପରି ବିଜେଡିରୁ ନିଲମ୍ବିତ ସନା ଓ ଅରବିନ୍ଦ କ୍ରସ୍ ଭୋଟିଂ କରିଥିବା ସୂଚନା ମିଳିଛି।
କ୍ରସ ଭୋଟିଂକୁ ନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିକ୍ରିୟାରେ କହିଛନ୍ତି, ଯେଉଁମାନେ କ୍ରସ୍ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ ରେକର୍ଡ ରହିଛି। ସେମାନଙ୍କର ବାପାମାନେ ଜେଲ୍ରେ ରହିଛନ୍ତି। ବିଜେପି ଘୋଡ଼ା ବେପାର କରୁଛି କହିଥିଲି। ବିଜେପି ଘୋଡ଼ା ବେପାର କରି କିଛି ବିଧାୟକଙ୍କୁ ତାଙ୍କ ସପକ୍ଷରେ ଭୋଟ ନେଇଛି।