ଡେପୁଟି ମ୍ୟାନେଜରଙ୍କ ଘରେ ଟ୍ରଙ୍କ ଭର୍ତ୍ତି ଟଙ୍କା

ଚାଲିଛି ଚଢ଼ାଉ, ୪୫ ଲକ୍ଷ ଟଙ୍କା ମିଳିଲାଣି

ଭୁବନେଶ୍ୱର, ୩୧/୦୩: ଭିଜିଲାନ୍ସ ଜାଲରେ OPHWC ଡେପୁଟି ମ୍ୟାନେଜର। ପୋଲିସ ଆବାସିକ ଓ କଲ୍ୟାଣ ନିଗମ ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଲାଞ୍ଚ ନେବା ବେଳେ ଧରିବା ପରେ ତାଙ୍କ ନିକଟରୁ ବିପୁଳ ପରିମାଣର ଟଙ୍କା ଜବତ କରିଛି ଭିଜିଲାନ୍ସ।

୫ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ବିଦ୍ୟୁତ ରଞ୍ଜନଙ୍କୁ ଧରିଥିଲା ଭିଜିଲାନ୍ସ। ପରେ ତାଙ୍କ ଠିକଣାରେ ଚଢ଼ାଉ କରି ୪୫ ଲକ୍ଷ ଟଙ୍କାର କ୍ୟାସ୍ ଠାବ କରିଛି ଭିଜିଲାନ୍ସ। ସମ୍ବଲପୁର, ଭଞ୍ଜନଗର, ଭୁବନେଶ୍ବରର ସ୍ଥିତ ତାଙ୍କ ଠିକଣାରେ ଏକକାଳୀନ ଚଢାଉ କରାଯାଉଛି। ଭୁବନେଶ୍ୱର ସ୍ଥିମ ଘରୁ ଆଉ ୫ ଲକ୍ଷ ଟଙ୍କା ମିଳିଥିବା ବେଳେ ତାଙ୍କ ଭଉଣୀଙ୍କ ଘରୁ ୨ଟି ଟଙ୍କା ଭର୍ତ୍ତି ଟ୍ରଙ୍କ ଜବତ ହୋଇଛି। ୨ଟି ଟ୍ରଙ୍କ୍ ଭିତରେ ପାଖାପାଖି ୭୦ ବଣ୍ଡଲ୍ ୫୦୦ ଟଙ୍କିଆ ନୋଟ୍ ଥିବା ଜଣାପଡ଼ିଛି। ଜବତ ଟଙ୍କାର ପରିମାଣ ୪୫ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।