ପଦ୍ମଭୂଷଣ ଡ. ପ୍ରତିଭା ରାୟ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ୍

ଫେଲୋସିପ୍ ପାଇବେ ଆଉ ୨ ବିଶିଷ୍ଟ ଲେଖକ

ଭୁବନେଶ୍ୱର, ୩୧/୦୩: ଓଡ଼ିଶାର ବିଶିଷ୍ଟ ଲେଖିକା ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ୍। ଡ. ପ୍ରତିଭା ରାୟଙ୍କ ସହ ଫେଲୋସିପ୍ ପାଇବେ ଆଉ ୨ ବିଶିଷ୍ଟ ଲେଖକ। ୨ ଲେଖକ ଲକ୍ଷ୍ମୀ ଖିଲାଣୀ ଏବଂ ଅବଦୁସ୍ ସମଦ୍‌ ମଧ୍ୟ ପାଇବେ ଫେଲୋସିପ୍। ଏ ନେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା ହେଲା ଫେଲୋସିପ୍।

ଏହା ଭାରତର ପ୍ରମୁଖ ସାହିତ୍ୟ ପ୍ରତିଷ୍ଠାନ, ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ସାହିତ୍ୟ ସମ୍ମାନ। ଏହା ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରେ।

ଡ଼. ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ, ଜ୍ଞାନପୀଠ, ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ସାରଳା ପୁରସ୍କାର ସମେତ ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ କରାଯାଇଛି।

ସେହିପରି, ଲକ୍ଷ୍ମୀ ଖିଲାଣୀ ଜଣେ ବିଶିଷ୍ଟ ସିନ୍ଧୀ କଥାଲେଖକ, ନାଟ୍ୟକାର, ଅନୁବାଦକ, ସମ୍ପାଦକ। ତାଙ୍କର ୨୪ରୁ ଅଧିକ ପ୍ରକାଶିତ କୃତି ଏବଂ ବହୁ ସଂଖ୍ୟକ ପ୍ରବନ୍ଧ ରହିଛି। ସେ ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଅନେକ ସମ୍ମାନ ପ୍ରାପ୍ତ କରିଛନ୍ତି।

ଅବଦୁସ୍ ସମଦ୍ ଜଣେ ପ୍ରଖ୍ୟାତ ଉର୍ଦ୍ଦୁ ଲେଖକ ଏବଂ କବି। ତାଙ୍କର ୨୪ରୁ ଅଧିକ ପ୍ରକାଶିତ କୃତି ଅଛି। ସେ ସାହିତ୍ୟ ଏକାଡେମୀ ପୁରସ୍କାର, ଗାଲିବ୍ ପୁରସ୍କାର, ଭାରତୀୟ ଭାଷା ପରିଷଦ ପୁରସ୍କାର ଏବଂ ଉର୍ଦ୍ଦୁ ଏକାଡେମୀରୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରାପ୍ତ କରିଛନ୍ତି।