‘ଓଡ଼ିଶା ଦିବସ’ ଅବସରରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ବାର୍ତ୍ତା

‘ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ସୁରକ୍ଷା ପାଇଁ ମହାମନୀଷୀଙ୍କୁ ଶ୍ରଦ୍ଧାଞ୍ଜଳି’

ଭୁବନେଶ୍ୱର, ୩୧/୦୨: ପବିତ୍ର ଓଡ଼ିଶା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ବାଚସ୍ପତି ସୁରମା ପାଢ଼ୀ। ମାନ୍ୟବର ବାଚସ୍ପତି ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, “ରାଜ୍ୟ ତଥା ବିଶ୍ୱର କୋଣ ଅନୁକୋଣରେ ରହୁଥିବା ସମସ୍ତ ଓଡ଼ିଆ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ।

ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ସୁରକ୍ଷା ସହ ଏକ ସ୍ୱତନ୍ତ୍ର ପରିଚିତି ପାଇଁ ତ୍ୟାଗ, ଅଧ୍ୟବସାୟ, ପରିଶ୍ରମ ଓ ସାମର୍ଥ୍ୟ ବିନିଯୋଗ କରିଥିବା ମହାମନୀଷୀମାନଙ୍କ ପ୍ରତି ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।

ଆମର ଆବେଗ, ସ୍ୱପ୍ନ ଓ ସଂକଳ୍ପକୁ ବାସ୍ତବ ରୂପ ଦେବା ସହ ବିକଶିତ ଓଡ଼ିଶା ନିର୍ମାଣରେ ସବୁମତେ ଅଂଶୀଦାର ହେବା ନିମନ୍ତେ ପ୍ରତ୍ୟେକ ଓଡ଼ିଆ ଭାଇଭଉଣୀ ପ୍ରୟାସ ଜାରି ରଖିବେ ବୋଲି ମୋର ଆଶା ।”