୪ ଦିନିଆ ଜାତୀୟ ଜୁନିଅର ଖୋଖୋ ପ୍ରତିଯୋଗିତା ଉଦଯାପିତ

ବାଳକ ବିଭାଗରେ ମହାରାଷ୍ଟ୍ର ଓ ବାଳିକାରେ ତାମିଲନାଡୁ ଚାମ୍ପିଅନ

ଆଠଗଡ, ୦୪/୦୪(ଦର୍ଶନ ନ୍ୟୁଜ): ସ୍ଥାନୀୟ ମହୋତ୍ସବ ପଡ଼ିଆରେ ମାର୍ଚ୍ଚ ୩୦ ରୁ ଆରମ୍ଭ ହୋଇଥିବା ଜାତୀୟ ଜୁନିଅର ଖୋଖୋ ଚାମ୍ପିଅନସିପ ପ୍ରତିଯୋଗିତା ଅପ୍ରେଲ ୨ ତାରିଖ ଗୁରୁବାର ସନ୍ଧ୍ୟାରେ ଅନ୍ତିମ ପର୍ଯ୍ୟାୟ ଖେଳ ଶେଷ ହେବା ସହ ଉଦଜାପିତ ହୋଇଯାଇଛି।ବାଳକ ରେ ମହାରାଷ୍ଟ୍ର ଓ ବାଳିକା ରେ ତାମିଲନାଡୁ ଦଳ ବିଜୟୀ ହୋଇ ଚାମ୍ପିଅନ ଟ୍ରଫି ହାସଲ କରିଛନ୍ତି।ପୂର୍ବଦିନ ଅର୍ଥାଟ ବୁଧବାର ସେମି ଫାଇନାଲ ଖେଳ ଅନୁଷ୍ଠିତ ହୋଇ ବାଳକ ଓ ବାକିକରେ ଓଡ଼ିଶା ଦଳ ସେମିଫାଇନାଲ ରେ ପ୍ରବେଶ କରିଥିଲେ।ତୃତୀୟ ଦିନ ଉଭୟ ବାଳକ ଓ ବାଳିକା ବର୍ଗରେ ୯୬ ଟି ମ୍ୟାଚ ଅନୁଷ୍ଠିତ ହେବା ପରେ କ୍ୱାର୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। କ୍ୱାର୍ଟର ଫାଇନାଲ ବାଳକ ବର୍ଗ ରେ ଓଡ଼ିଶା ଦଳ ତାମିଲ ନାଡୁ ଓ ବାଳିକା ବର୍ଗରେ ହିମାଚଳ ପ୍ରଦେଶ କୁ ହରାଇ ସେମିଫାଇନାଲ ରେ ପ୍ରବେଶ କରିଥିଲେ।ଏଥିସହିତ ମହାରାଷ୍ଟ୍ର ମଧ୍ଯଭାରତ କୁ,କର୍ଣ୍ଣାଟକ ମଧ୍ୟପ୍ରଦେଶ କୁ,ହରିଆଣା ଉତ୍ତରପ୍ରଦେଶ କୁ ହରାଇ ସେମିଫାଇନାଲ ରେ ପ୍ରବେଶ କରିଥିଲେ। ବୁଧବାର ତୃତୀୟ ସନ୍ଧ୍ୟାରେ ଖୋଖୋ ଓଡ଼ିଶା ସଭାପତି ଲକ୍ଷ୍ମୀନାରାୟଣ ଭଞ୍ଜ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାରୋହ ରେ ସହକାରୀ ଜିଲ୍ଲାପାଳ ମାନସରଞ୍ଜନ ବେହେରା ମୁଖ୍ୟ ଅତିଥି, ସ୍ବେଚ୍ଛାସେବୀ ସଂଗଠନ ଅଭିନବ ଭାରତ ର ସମ୍ପାଦିକା ଶ୍ରୀମତୀ ଅସୀମା ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଓ ସମ୍ମାନିତ ଅତିଥି ଭାବେ ଜଷ୍ଟ ଫର ୟୁ ର ସଭାପତି ସୁଧାଂଶୁ ଶେଖର ସାହୁ, ଆଠଗଡ କ୍ରୀଡା ସଂସଦ ସମ୍ପାଦକ ସୋମନାଥ ଭକ୍ତା, ଖୋଖୋ ଭାରତର କାର୍ଯ୍ୟକାରୀ ସଭାପତି ବିନୋଦକୁମାର ସିଂହ ଓ ପ୍ରତିଷ୍ଠାତା ସୁରେଶ ଶର୍ମା,ଓଡ଼ିଶା କ୍ରୀଡା ବିଭାଗର ଜୁଡୋ କୋଚ ସବିତା ନନ୍ଦ,ଭାରତ କବାଡି ଦଳ କୋଚ ପ୍ରମୁଖ ଯୋଗ ଦେଇଥିଲେ।ସେହିପରି ଗୁରୁବାର ଖୋଖୋ ଓଡ଼ିଶା ର ସଭାପତି ଲକ୍ଷ୍ମୀନାରାୟଣ ଭଞ୍ଜ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଯାପନ ସମାରୋହରେ ମୁଖ୍ୟ ଅତିଥିଭାବେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ୍ ସିନ୍ଧେ,ମୁଖ୍ୟ ବକ୍ତା ଭାବେ ଆଠଗଡ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଯୋଗଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ କଟକ ଜିଲ୍ଲା ଗ୍ରାମୀଣ ଭାଜପା ସଭାପତି ରାମନାରାୟଣ ମହାନ୍ତି, ଖୋଖୋ ଭାରତ କାର୍ଯ୍ୟକାରୀ ସଭାପତି ବିନୋଦ କୁମାର ସିଂହ,ମୁଖ୍ୟ ଉପଦେଷ୍ଟା ସୁରେଶ ଶର୍ମା,ଉତ୍କଳ ଇଣ୍ଟରନେସନାଲ ସ୍କୁଲର ପ୍ରତିଷ୍ଠାତା ଡକ୍ଟର ପ୍ରତ୍ୟୁଷ ବେହେରା,ସହ ପ୍ରତିଷ୍ଠାତା ଶ୍ରୀମତୀ ପ୍ରଗତି ବେହେରା, ଆଠଗଡ ଓକିଲ ସଂଘ ସଭାପତି ଜଗଦାନନ୍ଦ ତ୍ରିପାଠୀ,ସମ୍ପାଦକ ବନବିହାରୀ ସାହୁ,ଡାକ୍ତର ଶାନ୍ତିଭୂଷଣ ପଣ୍ଡା,ଡାକ୍ତର କିଶୋର କୁମାର ପଣ୍ଡା,ଡାକ୍ତର ବିଶ୍ବରଂଜନ ନାୟକ ଓ ଡାକ୍ତର ଟି. ଶିତମକୁମାର ଯୋଗ ଦେଇଥିଲେ।ଏହି ଅବସରରେ ଆଠଗଡ ରେ ଖୋଖୋ ଖେଳରେ ତାଲିମ ଦେଉଥିବା ପ୍ରାକ୍ତନ କ୍ରୀଡା ଶିକ୍ଷକ ମହେଶ୍ୱର ବେହେରା ବିଭିନ୍ନ ରାଜ୍ୟର କ୍ରୀଡା ପରିଚାଳନା କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଅଧିକାରୀ ମାନକୁ ସମ୍ଭର୍ଦ୍ଧିତ କରାଯାଇଥିଲା।ଅନ୍ତିମ ଦିବସ ଗୁରୁବାର ସକାଳେ ସମସ୍ତ ଖେଳାଳି ଓ କର୍ମକର୍ତ୍ତା ହାତରେ ଧନ୍ୟବାଦ୍ ଆଠଗଡ ଓ ଧନ୍ୟବାଦ୍ ଲକ୍ଷ୍ମୀନାରାୟଣ ଭଞ୍ଜ ଲେଖା ସମ୍ବଳିତ ପ୍ଲାକାର୍ଡ ହାତରେ ଧରି ସହର ପରିକ୍ରମା କରିଥିଲେ।