ଭଦ୍ରକ, ୦୭/୦୪: ଗୋରୁ ମାଫିଆଙ୍କ ବିରୋଧରେ ବଡ଼ ଅପରେସନ। ଭଦ୍ରକ, ସୋର, ମୟୂରଭଞ୍ଜରେ ରେଡ୍। ଘରୁ ମିଳିଲା ମାରଣାସ୍ତ୍ର ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା।
୩ ଜିଲ୍ଲାରେ ଗୋ-ମାଫିଆଙ୍କ ଘରେ ପୋଲିସର ଚଢ଼ାଉ ନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ DIG ପିନାକ ମିଶ୍ର। ଡିଆଇଜି କହିଛନ୍ତି, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜର ୩୨ଟି ସ୍ଥାନରେ ଚଢ଼ାଉ ଚାଲିଛି। ଏଯାଏଁ ନଗଦ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଓ ସୁନା ଅଳଙ୍କାର ଜବତ କରାଯାଇଛି। ଗୋଚାଲାଣକାରୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି। ଏପରି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବୁ। ଆଜି ଏକକାଳୀନ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି।