ଭୁବନେଶ୍ୱର, ୦୭/୦୪: ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ ପରେ ଓଡ଼ିଶା ଫେରିଛନ୍ତି ମନମୋହନ ସାମଲ। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବାକୁ ଶହ ଶହ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ଏକାଠି ହୋଇଥିଲେ। ପାରମ୍ପରିକ ଢୋଲ, ବାଜା ବଜାଇ ତାଙ୍କୁ ସ୍ବାଗତ କରାଯାଇଛି।
ସୂଚନାଯୋଗ୍ୟ, ଗତ କାଲି ଦିଲ୍ଲୀରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଥିଲେ ମନମୋହନ ସାମଲ।