ବ୍ରହ୍ମପୁର, ୨୬/୦୪: ବ୍ରହ୍ମପୁରର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାର କ୍ରାଇମସିନ୍ ରିକ୍ରିଏସନ କରିଛନ୍ତି ଅଭିଯୁକ୍ତ। ରିମାଣ୍ଡରେ ଆସିଥିବା ୫ ଅଭିଯୁକ୍ତକୁ ନେଇ କ୍ରାଇମସିନ୍ ରିକ୍ରିଏସନ କରିଛି ପୋଲିସ।
ଯେଉଁଠାରେ ସୁଧୀର ଭଲିବଲ ଖେଳନ୍ତି ସେହି ପଡ଼ିଆକୁ ନିଆଯାଇ ସେଠାରେ ରିକ୍ରିଏଟ କରାଯାଇଛି। ଭାବିନାରାୟଣପୁର ସ୍ଥିତ ଭଲିବଲ ପଡ଼ିଆକୁ ନେଇ ଚାଲିଛି ଛାନଭିନ୍।
ଯେଉଁ ସ୍ଥାନରୁ ସୁଧୀରଙ୍କୁ ଅପହରଣ କଲେ ତାହା ଦେଖାଉଛନ୍ତି ଅଭିଯୁକ୍ତ। ଅପହରଣ ପରେ କେଉଁ ସ୍ଥାନକୁ ନେଇ ପିଟି ମାରିଥିଲେ ତାହା ମଧ୍ୟ ଦେଖାଉଛନ୍ତି।
ସୁଧୀରଙ୍କୁ ହତ୍ୟା ବେଳର ବର୍ବରତା ସମସ୍ତକୁ ବିଚଳିତ କରିବା ପରି ଥିଲା। ଗତ ଏପ୍ରିଲ ୧୫ରେ ଅପହରଣ କରିବା ପରେ ସୁଧୀରଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ପିଟିପିଟି ମାରିଥିଲେ ଅଭିଯୁକ୍ତ। ଏହି ହତ୍ୟାକାଣ୍ଡ୍ରର ମୁଖ୍ୟ ଅଭିଯୁକ୍ତ ଝିଆରୀ ନିବେଦିତା ପାତ୍ର ଥିବା ବେଳେ ନିବେଦିତାଙ୍କ ଭାଇ ଓ ପୁରୁଷ ବନ୍ଧୁ କାଳୁ ପ୍ରଧାନ ବି ସାମିଲ ଥିଲେ। ସେମାନଙ୍କୁ ଗିରଫ କରାଯାଇଛି। ଏହି ହତ୍ୟା ଟଙ୍କା ଓ ସମ୍ପତ୍ତି ଲୋଭରୁ ହୋଇଥିବା ପ୍ରାଥମିକ ସୂଚନା ମିଳିଥିବା ବେଳେ ନିବେଦିତାଙ୍କ ପ୍ରେମ ପାଇଁ ମଧ୍ୟ ହତ୍ୟା ହୋଇଥିବା ଖବର ସାମ୍ନାକୁ ଆସିଛି। ନିବେଦିତା କାଳୁ ପ୍ରଧାନଙ୍କୁ ବିବାହ କରିବାକୁ ଚାହୁଁଥିଲେ, ଯାହାକୁ ବିରୋଧ କରୁଥିଲେ ସୁଧୀର। ସେ ଅନ୍ୟତ୍ର ବିବାହ କରନ୍ତୁ ବୋଲି ସୁଧୀର ଚାହୁଁଥିଲେ। ଯାହା ପରେ ଏ ସବୁ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ ସେମାନେ।