ହାଇଟେକ୍ ଡେଣ୍ଟାଲ କଲେଜର ଓରିଏଣ୍ଟସନ କାର୍ଯ୍ୟକ୍ରମ
ରୋଗୀଙ୍କ ପ୍ରତି ସମ୍ବେଦନଶୀଳ ହୋଇ ଚିକିତ୍ସା କର: ଡକ୍ଟର ତିରୁପତି ପାଣିଗ୍ରାହୀ
ଭୁବନେଶ୍ୱର, ୦୬/୧୧: ହାଇଟେକ୍ ଡେଣ୍ଟାଲ କଲେଜର ଓରିଏଣ୍ଟେସନ ଡେ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି, ଏହି ଅବସରରେ ନୂତନ ବିଡିଏସ୍ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯିବା ସହ ହାଇଟେକ୍ କ୍ୟାମ୍ପସ୍ ସଂପର୍କରେ ପରିଚିତ କରାଯାଇଥିଲା | ଜଣେ ଡାକ୍ତର ହେବାପାଇଁ ସବୁଠାରୁ ଗୁରୁତ୍ବପୂର୍ଣ ଉପାଦାନ ହେଉଛି ଧର୍ଯ୍ୟ,ସମ୍ବେଦନଶୀଳତା,ସାହସ,ସମୟାନୁବର୍ଷିତା ଏବଂ ମାନବିକତା, ଯେଉଁ ଡାକ୍ତର ଛାତ୍ର ଜୀବନରୁ ଏହି ଗୁଣ ଗୁଡିକୁ ବିକଶିତ କରିନାହିଁ, ସେ ଜୀବନରେ ଜଣେ ସଫଳ ଡାକ୍ତର ହେବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିଥାଏ I ସେ ଏବିବିଏସ୍ ଡାକ୍ତର ହେଉ କି ବିଡିଏସ୍ ସମସ୍ତଙ୍କ ପାଇଁ ଏହି ଗୁଣ ଗୁଡିକ ଘରେ ହେଉ କିମ୍ବା ମେଡିକାଲ କଲେଜରେ ବିକଶିତ ହେବା ଆବଶ୍ୟକ ବୋଲି ହାଇଟେକ୍ ଗ୍ରୁପର ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ କହିଛନ୍ତି l ହାଇଟେକ୍ର ମ୍ୟାନେଜିଂ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଅପେକ୍ଷା ସେମାନଙ୍କ ଅବିଭାବକ ଭାଗ୍ୟବାନ, କାରଣ ଆଜି ସେମାନଙ୍କ ସ୍ବପ୍ନ ସାକାର ହୋଇଛି। ହାଇଟେକ୍ ଡେଣ୍ଟାଲ କଲେଜର କାର୍ଯ୍ୟକାରୀ ଅଧକ୍ଷ୍ୟା ଇଂ ମଧୁସ୍ମିତା ତ୍ରିପାଠୀ କହିଛନ୍ତି ଯେ, ଜଣେ ଭଲ ଡେଣ୍ଟାଲ ସର୍ଜନ ହେବା ପାଇଁ ସମସ୍ତ ପ୍ରକାର ଉପାଦାନ ହାଇଟେକ୍ରେ ଉପଲବ୍ଧ, କେବଳ ଧର୍ଯ୍ୟ ଓ ନିଷ୍ଠାର ସହ ପାଠ ପଢି ରୋଗୀ ସେବା କଲେ ପ୍ରତ୍ୟକ ଛାତ୍ରଛାତ୍ରୀ ଜଣେଜଣେ ଭଲ ଦନ୍ତ ଚିକିତ୍ସକ ହୋଇପାରିବେ । ହାଇଟେକ୍ ମେଡିକାଲ୍ ଅକ୍ଷକ ତଥା ପ୍ରାଶାସନିକ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଦନ୍ତ ଚିକିତ୍ସକ କୌଣସି ଗୁଣରେ ଏମ୍ବିବିଏସ୍ ଡାକ୍ତରଙ୍କ ଠାରୁ କମ୍ ନୁହଁନ୍ତି,ରୋଜଗାର ହେଉ କି ସମ୍ମାନ ସବୁଠି ଦନ୍ତଚିକିତ୍ସକ ସମାନ ସ୍ଥିତିରେ ରହିଛନ୍ତି I ମୁଖ୍ୟ ଅତିଥ୍ ଭାବେ ଆଇଜି ପୋଲିସ୍ ସତିଶ୍ ଗଜଭିୟେ ଆଇପିଏସ୍ ଯୋଗଦେଇ, ଦନ୍ତ ଚିକିତ୍ସାର ଗୁରୁତ୍ବ ଏବଂ ବଦଳୁଥିବା ପରିସ୍ଥିତିରେ ଦନ୍ତ ଚିକିତ୍ସକଙ୍କ ଚାହିଦା ସଂପର୍କରେ କହିଥିଲେ । କାର୍ଯ୍ୟକ୍ରମରେ ଟ୍ରଷ୍ଟି ଅଙ୍କିତା ପାଣିଗ୍ରାହୀ,ସିଇଓ ଡାକ୍ତର ଇଶା ଜୁନେଜା, ହାଇଟେକ୍ ଡେଣ୍ଟାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସଂଗ୍ରାମ ପାତ୍ର, ହାଇଟେକ୍ ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର, ଡିନ୍ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ରାଧାମାଧବ ତ୍ରିପାଠୀଙ୍କ ସମେତ ଡେଣ୍ଟାଲ କଲେଜର ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ ।