ୱାଶିଂଟନ ଡିସି ହୋଟେଲ ଗୁଳିକାଣ୍ଡକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦି

‘ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ’

ନୂଆଦିଲ୍ଲୀ, ୨୬/୦୪: ୱାଶିଂଟନ ଡିସିର ହିଲଟନ୍ ହୋଟେଲ ଗୁଳିକାଣ୍ଡକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କଡ଼ା ନିନ୍ଦା କରି କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୁରକ୍ଷିତ ଥିବାରୁ ମୁଁ ଆଶ୍ୱସ୍ତ। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ, ସ୍ପଷ୍ଟ ଭାବେ ନିନ୍ଦା କରିବା ଉଚିତ୍ ବୋଲି ମୋଦି କହିଛନ୍ତି। ଏଥିସହ ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ଟ୍ରମ୍ପଙ୍କ ପତ୍ନୀ ମେଲାନିଆଙ୍କ ଶୁଭକାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସୂଚନାଯୋଗ୍ୟ, ଗତ କାଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଡିନର ପାର୍ଟି ରଖିଥିଲେ। ଏଥିରେ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କ ସହ ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ କ୍ୟାବିନେଟ ସଦସ୍ୟମାନେ ଯୋଗ ଦେଇଥିଲେ। ଜଣେ ଦୁର୍ବୃତ୍ତ ପାର୍ଟିରେ ୪ରୁ ୬ ରାଉଣ୍ଡ ଗୁଳି ଚଳାଇଥିଲା। ଏଥିରେ ଜଣେ ସୁରକ୍ଷାକର୍ମୀ ସାମାନ୍ୟ ଆହତ ହୋଇଥିଲେ। କିନ୍ତୁ ସୁରକ୍ଷାକର୍ମୀମାନେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।