ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ କାର୍ଯ୍ୟାନୁଷ୍ଠାନ

ନୂଆପଡା ଜିଲ୍ଲାର ୪ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଦଳରୁ ନିଲମ୍ବନ

ଭୁବନେଶ୍ୱର, ୦୩/୦୫: ଦଳୀୟ ଶୃଙ୍ଖଳା ଭଙ୍ଗ ଓ ଅନୁଶାସନହୀନ ଆଚରଣ କାରଣରୁ ନୂଆପଡା ଜିଲ୍ଲା ଅନ୍ତର୍ଗତ ଭାଲୁକୋନାର ଶ୍ରୀ ବୀରବଲ ସାହୁ, ଦଲେଦାର ଦୟାଲାଲ ସାହୁ, ହାତୀସରାର ଶଙ୍କର ଲାଲ ଅହୀର ଏବଂ ବେଲଟୁକ୍ରିର ଶ୍ରୀ ସନ୍ତୋଷ ଚନ୍ଦ୍ରକାରଙ୍କୁ ଦଳରୁ ନିଲମ୍ବନ କରାଗଲା ବୋଲି ଶୃଙ୍ଖଳା କମିଟି ରାଜ୍ୟ ଆବାହକ ଶ୍ରୀ ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି।