କଳାହାଣ୍ଡି, ୦୫/୦୫: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକର ଆକାଉଣ୍ଟାଣ୍ଟ ଓ ଡାଟା ଏଣ୍ଟ୍ରି ଅପରେଟର (ADEO) ଦେବେନ୍ଦ୍ର ସାହୁଙ୍କୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ।
ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଅଧୀନରେ ଘର ମଞ୍ଜୁର ପାଇଁ ଫାଇଲ୍ ପ୍ରକ୍ରିୟାକରଣ କରିବା ପାଇଁ ଦେବେନ୍ଦ୍ର ସାହୁ ଜଣେ PMAY ହିତାଧିକାରୀଙ୍କଠାରୁ ଲାଞ୍ଚ ଦାବି କରିଥିଲେ। ଯୋଜନାରେ ଚୟନ ହେବା ପରେ ହିତାଧିକାରୀ ଗତ ଗୋଟିଏ ସପ୍ତାହ ଧରି ତାଙ୍କ ଫାଇଲ୍ କାମ କରିବା ପାଇଁ ଦେବେନ୍ଦ୍ରଙ୍କୁ ଅନୁରୋଧ କରୁଥିଲେ। କିନ୍ତୁ, ସେ ଏଥିପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଯାହା ପରେ ହିତାଧିକାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ, ଆଜି ଲାଞ୍ଚ ନେବା ବେଳେ ହିଁ ଆକାଉଣ୍ଟାଣ୍ଟଙ୍କୁ ଗିରଫ କରାଯାଇଛି।