ଅମିନଙ୍କୁ ଗିରଫ କଲା ଭିଜିଲାନ୍ସ

ଲାଞ୍ଚ ନେଇ ଧରା ପଡ଼ିଥିଲେ

ବଲାଙ୍ଗୀର, ୦୫/୦୫: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ତହସିଲ୍‌ ଅମିନ। ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଅମିନ ନିର୍ମଳେନ୍ଦୁ କବିଙ୍କୁ ଗିରଫ କଲା ଭିଜିଲାନ୍ସ। ଜମି ପଟ୍ଟା କରାଇ ଦେବାକୁ ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ ଟିମ୍‌।

ଆବେଦନକାରୀ ଜମି ପଟ୍ଟା ପାଇଁ ଆବେଦନ କରିଥିଲେ। ହେଲେ, ଏହାକୁ କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଅମିନ। ଯାହା ଫଳରେ ଉକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।