ସୁନ୍ଦରଗଡ଼, ୦୮/୦୫: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ସରଗିଗୁଡ଼ା ମୁଣ୍ଡା ସାହିରେ ପୂର୍ବ ଶତ୍ରୁତାକୁ ନେଇ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ନିର୍ମମ ଭାବରେ ହତ୍ୟା କରାଯାଇଛି। ମୃତକଙ୍କ ନାମ ସାଧୁ ମୁଣ୍ଡା, ଅଭିଯୁକ୍ତଙ୍କ ନାମ ରୋଇ ମୁଣ୍ଡା ବୋଲି ଜଣାପଡିଛି।
ରିପୋର୍ଟ ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଉଭୟ ବ୍ୟକ୍ତି ଏକାଠି ଭୋଜି ଭାତ କରିଥିଲେ। କିନ୍ତୁ ପୁରୁଣା ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା, ଯାହା ହିଂସାତ୍ମକ ରୂପ ନେଇଥିଲା। ରୋଇ ମୁଣ୍ଡା ଠେଙ୍ଗାରେ ସାଧୁ ମୁଣ୍ଡାଙ୍କୁ ଆକ୍ରମଣ କରିଥିଲେ। ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ସୂଚନା ପାଇବା ମାତ୍ରେ କୋଇଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ରୋଇ ମୁଣ୍ଡାଙ୍କୁ ଗିରଫ କରିଥିଲା।