ଭୁବନେଶ୍ୱର, ୨୨/୦୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅଣନିଶ୍ବାସୀ ରାଜ୍ୟବାସୀ। ପଶ୍ଚିମରୁ ଉପକୂଳ ସବୁଠି ଭୀଷଣ ଖରା। ଅସହ୍ୟ ଗୁଳୁଗଳିରେ ଆଉଟୁପାଉଟୁ ଲୋକେ। ଆସନ୍ତା ୨୬ ଯାଏଁ ଏଭଳି ଗରମ ଓ ଗୁଳୁଗୁଳିରୁ ନିସ୍ତାର ନାହିଁ।
ଭୁବନେଶ୍ୱରରେ ସକାଳ ସାଢ଼େ ୫ଟାରେ ମଧ୍ୟ ଅସହ୍ୟ ଗୁଳୁଗୁଳି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୪ଦିନରେ ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ Heat index ମଧ୍ୟ ସର୍ବାଧିକ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଆଜି ୨୨ ମେ’ରେ ସକାଳ ସାଢ଼େ ୫ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୧.୪ ଡିଗ୍ରୀ ସେଲସିୟସ ଥିବା ବେଳେ ଆର୍ଦ୍ରତା ୮୪ ପ୍ରତିଶତ ରହିଥିଲା। କିନ୍ତୁ ତାତି ଅନୁଭୂତି ୪୪ ଡିଗ୍ରୀ ସେଲସିୟସ ଭଳି ରହିଥିଲା। ଯାହା ଗତ ୪ ଦିନ ଠାରୁ ଅଧିକ ଥିଲା।
ସକାଳ ୫ଟା ୩୦ ସମୟରେ ଗତ ୧୯ ତାରିଖରେ ତାପମାତ୍ରା ୩୦ ଡିଗ୍ରୀ, ଆର୍ଦ୍ରତା ୮୬.୫ ପ୍ରତିଶତ ଓ ତାତି ଅନୁଭୂତି ୪୦ ଡିଗ୍ରୀ ସେଲସିୟସ ଭଳି ଥିଲା।
ସେହିପରି ୨୦ ତାରିଖରେ ତାପମାତ୍ରା ୩୦ ଡିଗ୍ରୀ, ଆର୍ଦ୍ରତା ୮୮ ପ୍ରତିଶତ ଓ ତାତି ଅନୁଭୂତି ୪୦ ଡିଗ୍ରୀ ସେଲସିୟସ ଭଳି ଥିଲା।
୨୧ ତାରିଖରେ ତାପମାତ୍ରା ୨୯.୦୬ ଡିଗ୍ରୀ, ଆର୍ଦ୍ରତା ୯୦ ପ୍ରତିଶତ ଓ ତାତି ଅନୁଭୂତି ୪୦ ଡିଗ୍ରୀ ସେଲସିୟସ ଭଳି ଥିଲା।