ଭୁବନେଶ୍ୱର, ୨୨/୦୫: ତାତିରୁ ତ୍ରାହି ନାହିଁ। ଆଜିଠୁ ଆହୁରି ଜଳାଇବ। ଗୁଳିଗୁଳି ଅସହ୍ୟ ହେବ। ଆଗାମୀ ୫ ଦିନ ଯାଏଁ ହିଟ୍ୱେଭ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ରାତିରେ ଗରମ ଓ ଗୁଳୁଗୁଳି ଲାଗି ରହିଛି।
ବଲାଙ୍ଗିର, ସମ୍ବଲପୁର, ନୟାଗଡ଼ ଓ ଝାରସୁଗୁଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଅନୁଗୁଳ, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା, ନୟାଗଡ଼, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାକୁ ହିଟ୍ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ଆଗାମୀ ୫ ଦିନ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆସନ୍ତା ୨୬ କିମ୍ବା ୨୭ ତାରିଖ ବେଳକୁ କାଳବୈଶାଖୀ ହେବା ସମ୍ଭାବନା ରହିଛି। ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି।
ଗତ କାଲି ରାଜଧାନୀରେ ଦିନକରେ ୫.୪ ଡିଗ୍ରୀ ବଢ଼ିଥିଲା ତାତି। ଦିନ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ପ୍ରଥମ ଥର ଚଳିତ ସିଜନର ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଥିଲା।