ଭଞ୍ଜନଗର, ୨୨/୦୫: ଭଞ୍ଜନଗର ପୌରାଧ୍ୟକ୍ଷଙ୍କ ଘର ଉପରକୁ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ଘରକୁ ବୋମା ମାଡ଼ ହୋଇଛି।
ସୂଚନା ଅନୁଯାୟୀ, ଅଧ୍ୟକ୍ଷ ଘରେ ନ ଥିବା ବେଳେ ରାତି ପ୍ରାୟ ୧୨ଟା ୩୦ରେ ୭ରୁ ୮ ଦୁର୍ବୃତ୍ତ ଘର ଉପରକୁ ଲକ୍ଷ୍ୟ କରି ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ଭୟଭୀତ ଥିବା ବେଳେ ପୋଲିସ୍ର ତଦନ୍ତ ଜାରି ରହିଛି।