ରାୟଗଡ଼ା, ୨୨/୦୫: କଲ୍ୟାଣସିଂହପୁର ଲ୍ୟାମ୍ପସ୍ ଏମ୍ଡିଙ୍କ ଘରେ ଭିଜିଲାନ୍ସ ରେଡ୍ ଚାଲିଛି। ଲ୍ୟାମ୍ପସ୍ ଏମ୍ଡି ତାରିଣୀ ତ୍ରିପାଠୀଙ୍କ ଜିଲୁଣ୍ଡା ସ୍ଥିତ ଘରେ ୬ ଜଣିଆ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଓ ବେଆଇନ କାରବାର ଅଭିଯୋଗରେ ରେଡ୍ କରିଛି ଭିଜିଲାନ୍ସ। ଏଯାବତ୍ ବିଶେଷ ତଥ୍ୟ ମିଳିନାହିଁ। ପୂର୍ବରୁ ଲ୍ୟାମ୍ପସ୍ MDଙ୍କ ନାଁରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲା।