ପୁଣି ଫୁଟିଲା ଗୁଳି, ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନକୁ ଏନକାଉଣ୍ଟର

ଜୟ ବିରୋଧରେ ରହିଛି ୧୦ରୁ ଉର୍ଦ୍ଧ୍ବ ସଙ୍ଗୀନ ମାମଲା

ଝାରସୁଗୁଡ଼ା, ୩୦/୦୫: ଝାରସୁଗୁଡ଼ା ରେଙ୍ଗାଲିର କଦମଘାଟ ଅଞ୍ଚଳରେ ପୋଲିସର ଏନ୍‌କାଉଣ୍ଟର। ଡକାୟତି ଯୋଜନା ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନକୁ ଏନ୍‌କାଉଣ୍ଟର କରିଛି ପୋଲିସ।

ଡକାୟତି ଯୋଜନା ବେଳେ ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ଗୁଳି ବିନିମୟ ହୋଇଥିଲା। ପ୍ରତି ଜବାବରେ ପୋଲିସର ଗୁଳି ବାଜି ଡାହାଣ ଗୋଡ଼ରେ ଆଘାତ ଲାଗିଛି। ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନ୍‌କାଉଣ୍ଟର ନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍‌ ସୂଚନା ଦେଇଛନ୍ତି।

ବ୍ରଜରାଜନଗର ଗାନ୍ଧିଛକ ବାସିନ୍ଦା ହେଉଛି ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ। ଜୟ ନାଁରେ ୧୦ରୁ ଊର୍ଦ୍ଧ୍ବ ସଙ୍ଗୀନ ମାମଲା ରହିଛି। ତେବେ ଏନକାଉଣ୍ଟର ବେଳେ ଜୟର ସହଯୋଗୀ ଫେରାର ହୋଇଯାଇଛି।