ଭୁବନେଶ୍ୱର, ୩୦/୦୫: ଆଜିଠୁ ରାଜ୍ୟରେ ଆରମ୍ଭ ହେବ ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବା ଏସଆଇଆର। ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଘର ଘର ବୁଲିବେ ବିଏଲ୍ଓ। ପ୍ରତ୍ୟେକ ଭୋଟରଙ୍କୁ ୨ଟି ପରିଗଣନା ଫର୍ମ ଦେବେ। ପରିବାରର ଓ ୨୦୦୨ ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ହେବ। ଏହାକୁ ନେଇ BLO ତଥ୍ୟ ଯାଞ୍ଚ କରିବେ, ସାମାନ୍ୟ ତ୍ରୁଟିକୁ ସଂଶୋଧନ କରିବେ।
୯୫ ପ୍ରତିଶତ ଭୋଟରଙ୍କ ମ୍ୟାପିଂ କାର୍ଯ୍ୟ ସରିଛି। ୧୭ ପ୍ରତିଶତ ଲଜିକାଲ୍ ଏରର ବାହାରିଛି। ମ୍ୟାପିଂ ସରିଥିବା ଭୋଟର ନିଜ ଫଟୋ ଓ ଦସ୍ତଖତ କରିବେ। ଭୋଟର ଚାହିଁଲେ ନୂଆ ଫଟୋ ଦେଇପାରିବେ।
ଜୁଲାଇ ୫ରେ ଚିଠା ଓ ସେପ୍ଟେମ୍ବର ୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।ଏସଆଇଆର ବେଳେ ବାଦ୍ ପଡ଼ିବେ ନକଲି ଭୋଟର। ଚିହ୍ନଟ ହେବେ ରାଜ୍ୟରେ ରହୁଥିବା ବାଲାଂଦେଶୀ।