ସମ୍ବଲପୁର ଶୀତଳଷଷ୍ଠୀ ପାଇଁ ୧.୦୮ କୋଟି ଅନୁଦାନ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅନୁଦାନ ରାଶି ଘୋଷଣା କଲା ସଂସ୍କୃତି ବିଭାଗ

ସମ୍ବଲପୁର, ୩୦/୦୫: ସମ୍ବଲପୁର ଶୀତଳ ଷଷ୍ଠୀ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ୮ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି। ସମ୍ବଲପୁରର ୨୧ଟି କମିଟିକୁ ଏହି ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ।