ମଣିଷ ମାରି ଖାଇଲା ମହାବଳ

ଗୋଡ଼କୁ ଛାଡ଼ି ପୂରା ଶରୀର ଖାଇ ଦେଇଛି

ମୟୂରଭଞ୍ଜ, ୦୧/୦୬: ଶିମିଳିପାଳରେ ମଣିଷ ମାରି ଖାଇଲା ମହାବଳ ବାଘ। କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ୍‌ କମଳାବାହାରିରେ ମହାବଳ ବାଘ ମଣିଷ ମାରି ଖାଇଥିବା ସୂଚନା ମିଳିଛି।

ଜଣେ ବ୍ୟକ୍ତିଙ୍କର ପୂରା ଶରୀର ଖାଇ ଦେଇଥିବା ବେଳେ କେବଳ ଗୋଡ଼ ଦୁଇଟି ରହିଛି। ମୃତକ ହେଲେ ସ୍ଥାନୀୟ ବସନ୍ତପୁର ଗାଁର। ଗତ କାଲିଠୁ ସେ ନିଖୋଜ ଥିବା ଖବର‌ ରହିଥିଲା।

ତେବେ ଗଲା କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଗୃହପାଳିତ ପଶୁ ବି ମାରିଥିଲା ମହାବଳ। କିନ୍ତୁ ମହାବଳ ମଣିଷ ଖାଇବା ନେଇ DFO ସ୍ପଷ୍ଟ କରି ନାହାନ୍ତି।