ରାଜ୍ୟସଭା ଉପନିର୍ବାଚନ: ରିଟର୍ଣ୍ଣିଂ ଅଫିସର ନିଯୁକ୍ତ

ଜୁନ୍ ୮ ନାମାଙ୍କନ ଦାଖଲର ଶେଷ ତାରିଖ

ଭୁବନେଶ୍ୱର, ୦୧/୦୬: ରାଜ୍ୟସଭା ଉପନିର୍ବାଚନ ପାଇଁ ନିଯୁକ୍ତ ହେଲେ ରିଟର୍ଣ୍ଣିଂ ଅଫିସର। ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି। ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି କରାଯାଇଛି।

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ହେବାକୁ ଯାଉଛି ଉପନିର୍ବାଚନ। ଜୁନ୍‌ ୮ ନାମାଙ୍କନ ଦାଖଲର ଶେଷ ତାରିଖ, ଜୁନ୍‌ ୧୮ରେ ନିର୍ବାଚନ ହେବ।