ଭୁବନେଶ୍ୱର, ୦୨/୦୬: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଷ୍ଟ୍ରପତି ୧୯ ଏବଂ ୨୦ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସେହିପରି ପ୍ରଧାନମନ୍ତ୍ରୀ ମୋଦି ୨୦ ତାରିଖରେ ଓଡ଼ିଶା ଆସିବେ ବୋଲି ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ କହିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରାଇରଙ୍ଗପୁର ଆସିପାରନ୍ତି ବୋଲି ସୂଚନା ମିଳିଛି।
ଗସ୍ତ ସମୟରେ ରାଷ୍ଟ୍ରପତି ମୁର୍ମୁ ରାଇରଙ୍ଗପୁର ଏବଂ ତାଙ୍କ ଶ୍ୱଶୁର ଘର ପହାଡପୁରରେ ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଏବଂ ଶୁଭାରମ୍ଭ କରିବେ।