ନୂଆଦିଲ୍ଲୀ, ୦୨/୦୬: ମଙ୍ଗଳବାର ସକାଳେ ଦିଲ୍ଲୀର ମୁକୁନ୍ଦପୁର ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ ହେବା ପରେ ଏକ କୋଠା ଭୁଶୁଡ଼ି ପଡ଼ିଛି। ଅନେକ ଲୋକ ଭଗ୍ନାବଶେଷ ତଳେ ଚିପି ରହିଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଜରୁରୀକାଳୀନ ପରିଚାଳନା ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।
ସକାଳ ପ୍ରାୟ ସାଢ଼େ ୯ଟାରେ ଏହି ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଟିମ୍ ତୁରନ୍ତ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ସୂଚନାଯୋଗ୍ୟ, ଗତ ଶନିବାର ଦକ୍ଷିଣ ଦିଲ୍ଲୀର ସାକେତ ଅଞ୍ଚଳରେ ଏକ ବହୁତଳ କୋଠା ଭୁଶୁଡ଼ି ୬ ଜଣଙ୍କର ମୃତ୍ୟୁ ହୋଇଥିଲା।