ଭୁବନେଶ୍ୱର, ୦୩/୦୬: ମୁଖ୍ୟମନ୍ତ୍ରୀଙ୍କ ଭାଇ (ବଡ଼ବାପାଙ୍କ ପୁଅ)ଙ୍କ ଆକସ୍ମିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭାଇ ଦୀନବନ୍ଧୁ ମାଝୀଙ୍କ ମୃତ୍ୟୁ ହୋଇଛି।
ଦୀନବନ୍ଧୁ ଲୋୟର ପିଏମଜିରେ ଥିବା ସରକାରୀ ବାସଭନରେ ରହୁଥିଲେ। ଗତ କାଲି ବିଳମ୍ବିତ ରାତିରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।