ଥାଇଲାଣ୍ଡରେ ଫସିଛନ୍ତି ୪ ଓଡ଼ିଆ

ଦରମା ମାଗିଲେ ଧମକ ଦେଉଛି ମାଲିକ

କେନ୍ଦ୍ରାପଡ଼ା, ୦୪/୦୬: ଥାଇଲାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ। ଆଳି ଓ ରାଜକନିକାର ୪ ଯୁବକ ଥାଇଲାଣ୍ଡରେ ଫସି ରହିଛନ୍ତି। ୩ ମାସ ହେଲାଣି ଦରମା ମିଳି ନଥିବା ନେଇ ଅଭିଯୋଗ।

କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜକନିକାର ୪ ଯୁବକ ବର୍ଷେ ତଳେ ପ୍ଲାଏଉଡ୍ କମ୍ପାନୀରେ କାମ କରିବାକୁ ଯାଇଥିଲେ। ହେଲେ ଗତ ୩-୪ ମାସ ହେବ ଦରମା ନଦେଇ ଓଲଟା ପୋଲିସର ଧମକ ଦେଉଛନ୍ତି କମ୍ପାନୀ ମାଲିକ। ପାଖରେ ଟଙ୍କା ନଥିବାରୁ ମୁକୁଳାଇବା ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରମିକମାନେ ଗୁହାରି କରିଛନ୍ତି। ଓଡ଼ିଶା ସରକାରଙ୍କୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି ଶ୍ରମିକ।